Advertisment

ଡାକ୍ତରଖାନାରେ ସତ୍ୟେନ୍ଦ୍ର ଜୈନଙ୍କୁ ଭେଟିଲେ କେଜ୍ରିୱାଲ

କେଜ୍ରିୱାଲ ଟ୍ୱିଟରରେ ତିନିଟି ଫଟୋ ପୋଷ୍ଟ କରିଛନ୍ତି। ତିନିଟି ଯାକ ଫଟୋରେ ସେ ଓ ସତ୍ୟେନ୍ଦ୍ର ଜୈନ ଅଛନ୍ତି।

 Arvind Kejriwal and Satyendar Jain

Arvind Kejriwal and Satyendar Jain

Advertisment

ଅନ୍ତରୀଣ ଜାମିନରେ ଆସି ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆପ୍ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସତ୍ୟେନ୍ଦ୍ର ଜୈନଙ୍କୁ ସାକ୍ଷାତ କରିବା ପରେ କେଜ୍ରିୱାଲ ଟ୍ୱିଟ୍ କରି ଏ ସଂପର୍କରେ ଜଣାଇଛନ୍ତି।

Advertisment

କେଜ୍ରିୱାଲ ଟ୍ୱିଟରରେ ତିନିଟି ଫଟୋ ପୋଷ୍ଟ କରିଛନ୍ତି। ତିନିଟି ଯାକ ଫଟୋରେ ସେ ଓ ସତ୍ୟେନ୍ଦ୍ର ଜୈନ ଅଛନ୍ତି। ଗୋଟିଏ ଫଟୋରେ ସେ ମେଡିକାଲ ବେଡରେ ବସିଥିବା ସତ୍ୟେନ୍ଦ୍ର ଜୈନଙ୍କୁ କୁଣ୍ଡେଇ ପକାଇଛନ୍ତି। ଏହି ଫଟୋ ଗୁଡ଼ିକୁ ପୋଷ୍ଟ କରି କେଜ୍ରିୱାଲ ଲେଖିଛନ୍ତି- ସାହସୀ ବ୍ୟକ୍ତିଙ୍କୁ ଭେଟିଲି..... ହିରୋ।

ପ୍ରାୟ ବର୍ଷେ ହେଲାଣି ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ତିହାର ଜେଲରେ ଥିଲେ। ଏକ ମନିଲଣ୍ଡରି ମାମଲାରେ ଗତ ବର୍ଷ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ତିନି ଦିନ ତଳେ ଜେଲ୍‌ ବାଥରୁମରେ ପଡ଼ି ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି। ଏହା ପରେ ମେ’ ୨୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ। ଚିକିତ୍ସା ପାଇଁ କୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି।

Advertisment

ପଡ଼ିଯିବା ଯୋଗୁ ସତ୍ୟେନ୍ଦ୍ର ଜୈନଙ୍କ ମସ୍ତିଷ୍କରେ ରକ୍ତ ଜମାଟ ହୋଇଯାଇଥିଲା। ତେବେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Arvind Kejriwal Satyendar Jain AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe