Advertisment

ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ

ମନିଲଣ୍ଡରିଂ ମାମଲାରେ ଗତ ବର୍ଷ ମେ’ ୩୦ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା।

author-image
Jitendra Garnayak
Satyendar Jain

Satyendar Jain

ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ମନ ପସନ୍ଦର ଯେକୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ କୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି।

Advertisment

ଅନ୍ତରୀଣ ଜାମିନ ଅବଧି ଭିତରେ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ଛାଡ଼ି କେଉଁଆଡ଼େ ଯାଇପାରିବେ ନାହିଁ କି ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ। ତା’ସହିତ ଗଣମାଧ୍ୟମରେ କିଛି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ମନିଲଣ୍ଡରିଂ ମାମଲାରେ ଗତ ବର୍ଷ ମେ’ ୩୦ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ସେହିଦିନ ଠାରୁ ସେ ତିହାର ଜେଲରେ ଅଛନ୍ତି। ଅବଶ୍ୟ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ ବୋଲି କହିଆସୁଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସତ୍ୟେନ୍ଦ୍ର ଜୈନ କହିଛନ୍ତି।

Advertisment

ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଗତକାଲି ବାଥରୁମରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଦିନଦୟାଲ ଉପାଧ୍ୟାୟ ହସିପିଟାଲରେ ଭର୍ତ୍ତି କରାଯାଇଥିଲା। ତା’ର ୨ ଦିନ ପୂର୍ବରୁ ମଧ୍ୟ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Satyendar Jain AAP Supreme Court