Advertisment

ଇଡି ହାଜତରୁ କେଜ୍ରିୱାଲ ପଠାଇଲେ ଦ୍ୱିତୀୟ ନିର୍ଦ୍ଦେଶ

ଗତ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରୁ ପଠାଇଥିଲେ ପ୍ରଥମ ନିର୍ଦ୍ଦେଶ।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତରେ ଥିବା ବେଳେ ସେଠାରୁ ଚଲାଇଛନ୍ତି ସରକାର। ରବିବାର ପ୍ରଥମ ନିର୍ଦ୍ଦେଶ ଜାରି କରିଥିବା ବେଳେ ଆଜି ଆଉ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ। 

Advertisment

ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ମୋହୋଲା କ୍ଳନିକ୍ ଗୁଡ଼ିକରେ ଯେପରି ଲୋକେ ମାଗଣା ଔଷଧ ପାଇବା ସହିତ ମାଗଣାରେ ସମସ୍ତ ପ୍ରକାର ଟେଷ୍ଟ କରାଇପାରିବେ, ସେ କଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଭରଦ୍ୱାଜ କହିଛନ୍ତି। 

ସେ କହିଛନ୍ତି, ମୋହଲ୍ଲା କ୍ଲିନିକ୍ ଗୁଡ଼ିକରେ ଲୋକେ ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ‌ଖବର ପାଇବା ପରେ ଯେପରି ଏହାର ସମାଧାନ ହୋଇପାରିବ, ତାହା ନିଶ୍ଚିତ କରିବାକୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଡାକ୍ତରଖାନା ଓ ମୋହଲ୍ଲା କ୍ଲିନିକ୍‌ରେ ଯେପରି ଲୋକଙ୍କୁ ମାଗଣାରେ ଔଷଧ ମିଳିବାରେ ବା କୌଣସି ପ୍ରକାର ପରୀକ୍ଷା କରାଇବାରେ କିଛି ଅସୁବିଧା ନ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି।  

Advertisment

ଏହା ପୂର୍ବରୁ ଗତ ରବିବାର ଦିଲ୍ଲୀର ଶିକ୍ଷା ଓ ପିଡବ୍ଲ୍ୟୁଡି ମନ୍ତ୍ରୀ ଅତିଶି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ନିର୍ଦ୍ଦେଶ ସଂପର୍କରେ ଅବଗତ କରାଇଥିଲେ। ଦିଲ୍ଲୀର ଯେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଉଛି, ସେଠାରେ ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ କେଜ୍ରିୱାଲ ନିର୍ଦ୍ଦେଶ ଦେଇଥିଲେ। 

ଅନ୍ୟପକ୍ଷରେ ବିଜେପି ସାଂସଦ ମନୋଜ ତିୱାରୀ କହିଥିଲେ ଯେ ଏହା ହେଉଛି ଆପ୍‌ ଦ୍ୱାରା ଲିଖିତ ଏକ ନାଟକ। ଯେହେତୁ ଦିଲ୍ଲୀବାସୀ ତାଙ୍କ (ଅରବିନ୍ଦ କେଜ୍ରିୱାଲ) ସମର୍ଥନରେ ବାହାରିଲେ ନାହିଁ କି ତାଙ୍କ ଗିରଫଦାରୀକୁ ନେଇ ଦୁଃଖ ପ୍ରକାଶ କଲେ ନାହିଁ, ତେଣୁ ଏସବୁ ନାଟକ କରାଯାଉଛି। ଯେଉଁ ଲୋକ ଦିଲ୍ଲୀବାସୀଙ୍କୁ କନ୍ଦାଇଛି ସେ ଏବେ ଜେଲ୍‌ରେ ଥିବାରୁ ଲୋକେ ବହୁତ ଖୁସି ଅଛନ୍ତି। ଓ ମିଠା ବାଣ୍ଟି ଏବଂ ବାଣ ଫୁଟାଇ ସେମାନେ ଖୁସି ଜାହିର କରୁଛନ୍ତି। 

Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe