Advertisment

'ଦରକାର ପଡ଼ିଲେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଯିବ'

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ପିଜି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Mamata Banergee

Mamata Banergee

Advertisment

କୋଲକାତାର ଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ପିଜି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଦରକାର ପଡିଲେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ ବୋଲି କହିଛନ୍ତି ମମତା। 

Advertisment

ଗତକାଲି କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ଜଣେ ପିଜି ଟ୍ରେନି ଡାକ୍ତର ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କୁ କେହି ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରିଛି। ଘଟଣାକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ବିଚାର ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ସେ କହିଛନ୍ତି, "ଏ ଘଟଣା ଦୁର୍ଭାଗ୍ୟଜନକ ଏବଂ ଅତ୍ୟନ୍ତ ଘୃଣ୍ୟ। ମୁଁ ଡାକ୍ତରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛି। ସେମାନଙ୍କୁ ସନ୍ତ୍ୱନା ଦେଇଛି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ ଫାଶି ଖୁଣ୍ଟରେ ମଧ୍ୟ ଝୁଲାଯିବ।"

ସେ ଆହୁରି କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଦାବି ଏବଂ ଆନ୍ଦୋଳନ ଯଥାର୍ଥ। ପୁଲିସ ମଧ୍ୟ ସେମାନଙ୍କ ଦାବି ଗ୍ରହଣ କରିଛି। ତଥାପି ଯଦି ସେମାନଙ୍କର ରାଜ୍ୟ ପ୍ରଶାସନ ଉପରେ ଭରସା ନାହିଁ, ସେମାନେ ଅନ୍ୟ କୌଣସି ଆଇନର ଆଶ୍ରୟ ନେଇପାରିବେ। ଏଥିରେ ମୋର କୌଣସି ଆପତ୍ତି ନାହିଁ। ଅପରାଧୀ ବିରୁଦ୍ଧରେ ଆମେ କଠୋରରୁ କଠୋର ଦଣ୍ଡ ଚାହୁଁଛୁ।"  

WB Rape And Murder Case Kolkata Doctor Murder Case Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe