Advertisment

Cyber Fraud: ପୁଣି ଡିଜିଟାଲ ଆରେଷ୍ଟ: ଏଥର ୫୧ ଲକ୍ଷ ଲୁଟିଲେ

ଅନେକ ଲୋକ ବୃଦ୍ଧଙ୍କ ନାଁରେ ସିମ ନେଇଛନ୍ତି ବୋଲି ସେ କହି ତାଙ୍କୁ ଭୟଭୀତ କରିଥିଲା। ଏପରି କି ତାଙ୍କୁ ନକଲି ସିବିଆଇ ନୋଟିସ ଦେଖାଇଥିଲା ଓ ବୃଦ୍ଧଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ରହିଥିବା କହିଥିଲା।

Cyber

representational image

Advertisment

ଅନେକ ସଚେତନା ଓ ବିଜ୍ଞାପନ ସତ୍ତ୍ୱେ ମଧ୍ୟ ଲୋକମାନେ ସାଇବର ଠକ(Cyber Fraud)ଙ୍କ ଜାଲରେ ଫସିବାରେ ଲାଗିଛନ୍ତି। ସାଇବର ଠକରେଇର ନୂଆ ଫଣ୍ଡା ଡିଜିଟାଲ ଆରେଷ୍ଟର ଶିକାର ପୁଣି ଜଣେ ବରିଷ୍ଠ ନାଗରିକ ହୋଇଛନ୍ତି। ସାଇବର ଠକମାନେ ବେଶ ଚତୁରାତର ସହ ୭୮ ବର୍ଷୀୟ ବୃଦ୍ଧଙ୍କୁ ଡିଜିଟାଲ ଆରେଷ୍ଟରେ ରଖି ୫୧ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି। 

Advertisment

ସାଇବର ଠକାମୀର ଶିକାର ହେଉଥିବା ୭୮ ବର୍ଷୀୟ ବୃଦ୍ଧ ଜଣଙ୍କ ହାଇଦ୍ରାବାଦର ଶ୍ରୀନଗର କଲୋନୀରେ ରୁହନ୍ତି। କିଛି ଦିନ ତଳେ ଜଣେ ସାଇବର ଠକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏସିପିର ପରିଚୟ ଦେଇ ତାଙ୍କୁ କଲ କରିଥିଲା। ବୃଦ୍ଧଙ୍କ ସିମକୁ ବୋମା ବିସ୍ଫୋରଣ ଓ ଅପହରଣ ମାମଲାରେ ବ୍ୟବହାର କରାଯାଇଥିବା ସେ ଧମକ ଦେଇଥିଲା। 

ଅନେକ ଲୋକ ବୃଦ୍ଧଙ୍କ ନାଁରେ ସିମ ନେଇଛନ୍ତି ବୋଲି ସେ କହି ତାଙ୍କୁ ଭୟଭୀତ କରିଥିଲା। ଏପରି କି ତାଙ୍କୁ ନକଲି ସିବିଆଇ ନୋଟିସ ଦେଖାଇଥିଲା ଓ ବୃଦ୍ଧଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ରହିଥିବା କହିଥିଲା। ସାଇବର ଠକ ଠାରୁ ଏସବୁ ଶୁଣି ବୃଦ୍ଧ ଜଣଙ୍କ ପୂରା ଡରି ଯାଇଥିଲେ।

Advertisment

ଏହାର ଫାଇଦା ଉଠାଇବ ଠକ ଜଣକ ତାଙ୍କୁ ଭିଡିଓ କଲ କରି ଡିଜିଟାଲ ଆରେଷ୍ଟ କରି ରଖିଥିଲା। ବୃଦ୍ଧ ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ କଲ କରିବାକୁ ଚାହିଁଥିଲେ ହେଁ ସାଇବର ଠକ ଜଣଙ୍କ ନାଲି ଆଖି ଦେଖାଇ ଏଥିପାଇଁ ଅନୁମତି ଦେଇ ନଥିଲା। 

ଏହାପରେ ବୃଦ୍ଧଙ୍କ ଠାରୁ ସେ ତାଙ୍କ ବ୍ୟାଙ୍କ ତଥ୍ୟ ନେଇଥିଲା। ମନି ଲଣ୍ଡରିଂ ଓ ଅନ୍ୟ ମାମଲାରୁ ବର୍ତ୍ତିବା ପାଇଁ ବ୍ୟାଙ୍କରେ ଥିବା ୯୫% ଅର୍ଥକୁ ସାଇବର ଠକ ଜଣଙ୍କ ତା’ ଆକାଉଣ୍ଟକୁ ପଠାଇବାକୁ କହିଥିଲା। ତଦନ୍ତ ସରିବା ପରେ ବୃଦ୍ଧଙ୍କୁ ସେ ପଠାଇଥିବା ଟଙ୍କା ମିଳିଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲା। 

ଭୟରେ ଥରୁଥିବା ବୃଦ୍ଧ ଜଣଙ୍କ ପୁଲିସ୍‌ କେସ୍‌ରୁ ବର୍ତ୍ତିବା ପାଇଁ ସାଇବର ଠକ(Cyber Crime)ର ନିର୍ଦ୍ଦେଶ ଅନୁସାରେ ୫୧ ଲକ୍ଷ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କୁ ପଠାଇଥିଲେ। ଟଙ୍କା ପାଇବା ପରେ ସାଇବର ଠକ ଜଣକ ଭିଡିଓ କଲ କାଟି ଦେଇଥିଲା। 

ଏହାପରେ ବୃଦ୍ଧ ଜଣଙ୍କ ସାଇବର ଠକାମୀ(Cyber Loot)ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ସେ ସାଇବର କ୍ରାଇମ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଚଳିତ ସପ୍ତାହରେ ଏହା ସାଇବର ଠକେଇର ଦ୍ୱିତୀୟ ମାମଲା। ଏହାପୂର୍ବରୁ ଜଣେ ୭୩ ବର୍ଷୀୟ ମହିଳାଙ୍କ ଠାରୁ ସାଇବର ଠକମାନେ(Cyber Case) ୧.୪୩ କୋଟି ଟଙ୍କା ଲୁଟ କରି ନେଇଥିଲେ। 

Cyber Crime Cyber Fraud Cyber Loot Cyber Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe