Advertisment

‘୧୦୩ ଦିନ ପରେ ସ୍ୱାମୀଙ୍କୁ ପାଇ ବି ମନ ଖୋଲି କଥା ହୋଇ ପାରିଲିନି ’

ସୀମା ଟ୍ୱିଟ କରିଛନ୍ତି, ଦୀର୍ଘ ଦିନ ପରେ ସ୍ୱାମୀ ପାଖରେ ଥିଲେ ବି ଘର ବାହାରେ ଜଗିଛି ପୁଲିସ୍‌, ଯାହା କି ଖୁବ୍‌ ଅସ୍ୱସ୍ତିକର ବୋଧ ହେଉଛି। ଏପରିକି ସ୍ୱାମୀଙ୍କ ସହ ମନ ଖୋଲି ପଦେ କଥା ହୋଇ ପାରି ନାହିଁ । କାରଣ ବାହାରେ ପୁଲିସ୍‌ ପ୍ରତିଟି ଶବ୍ଦ ଉପରେ କାନ ରଖିଥିଲା।

ଅଦ୍ୟତନ ହୋଇଛି
Manish Sisodia with wife

Manish Sisodia with wife

Advertisment

ଦୀର୍ଘ ୧୦୩ ଦିନ ପରେ ସ୍ୱାମୀଙ୍କୁ ଦେଖି ବେଶ୍‌ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଆପ୍‌ ନେତା ମନୀଷ ସିସୋଦିଆ ଙ୍କ ପତ୍ନୀ ସୀମା ସିସୋଦିଆ । ବହୁ ରୋଗରେ ପୀଡ଼ିତ ସୀମା ୩ ମାସରୁ ଊର୍ଦ୍ଧ୍ୱ ସମୟ ବ୍ୟବଧାନ ପରେ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇଥିବା ବେଳେ ନିଜ ଅନ୍ତରର କୋହକୁ ଏକ ଇମୋସନାଲ ପୋଷ୍ଟ ଜରିଆରେ ବଖାଣିଛନ୍ତି।

Advertisment

ସୀମା ଟ୍ୱିଟ କରିଛନ୍ତି, ଦୀର୍ଘ ଦିନ ପରେ ସ୍ୱାମୀ ପାଖରେ ଥିଲେ ବି ଘର ବାହାରେ ଜଗିଛି ପୁଲିସ୍‌, ଯାହା କି ଖୁବ୍‌ ଅସ୍ୱସ୍ତିକର ବୋଧ ହେଉଛି। ଏପରିକି ସ୍ୱାମୀଙ୍କ ସହ ମନ ଖୋଲି ପଦେ କଥା ହୋଇ ପାରି ନାହିଁ । କାରଣ ବାହାରେ ପୁଲିସ୍‌ ପ୍ରତିଟି ଶବ୍ଦ ଉପରେ କାନ ରଖିଥିଲା।

ରାଜନୀତି ବହୁତ ଖରାପ, ଏଥିରୁ ଦୂରେଇ ରୁହ ବୋଲି ବହୁ କହିବା ପରେ ସେ ବୁଝି ନ ଥିଲେ ବୋଲି ପୋଷ୍ଟ କରିଛନ୍ତି ସୀମା। କେବଳ ମୁଁ ନୁହେଁ ବହୁ ଶୁଭଚିନ୍ତକ ବି ମନୀଷଙ୍କୁ ରାଜନୀତିରୁ ଦୂରେଇ ରହିବାକୁ କହୁଥିଲେ। ମାତ୍ର ସେ କାହା କଥା ନ ଶୁଣି ସାମ୍ବଦିକତାରୁ ସିଧା ରାଜନୀତିକୁ ଡେଇଁ ପଡ଼ିଲେ । କେଜ୍ରିୱାଲଙ୍କ ସହ ମିଶି ଦଳ ଗଠନ କଲ । ମନୀଷଙ୍କ ବିରୋଧରେ ହେଉଥିବା ଷଡଯନ୍ତ୍ରର ଶିକାର ଏବେ ମୁଁ, ମୋ ସ୍ୱାମୀ ଓ ପରିବାର ଲୋକେ ବି ହେଉଛନ୍ତି। ଆମ କାମରେ ବାଧା ଦେବାକୁ ତଥା ଆମ ପରିବାରକୁ ଛାରଖାର କରିବାକୁ ସେମାନେ କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି।

Advertisment

ଆଜି ୧୦୩ ଦିନ ପରେ ସ୍ୱାମୀଙ୍କୁ ଭେଟିବାକୁ ପାଇଲି। ଜାଣିନି ଆଉ କେତେ ଦିନ ଏପରି ମାନସିକ ନିର୍ଯାତନାର ଶିକାର ହେବୁ । ହେଲେ ଯିଏ ଯାହା କଲେବି ଶିକ୍ଷାକୁ କେହି ଜେଲ୍‌ରେ ବନ୍ଦୀ କରି ରଖି ପାରିବେନି । ଶିକ୍ଷାର ରାଜନୀତି ଦିନେ ନା ଦିନେ ଜିତିବ । ପ୍ରାଉଡ ଅଫ ୟୁ ମନୀଷ, ମୁଁ ତୁମକୁ ଖୁବ ଭଲ ପାଏ ବୋଲି ଟ୍ୱିଟ କରିଛନ୍ତି ସୀମା ।

ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଫେବୃଆରୀ ମାସରୁ ସିସୋଦିଆ ଜେଲରେ ଅଛନ୍ତି। ସେ ବାରମ୍ବାର ଜାମିନ ଆବେଦନ ପାଇଁ ନିବେଦନ କରି ନିରାଶ ହେଉଥିବା ବେଳେ ଗତ ସପ୍ତାହରେ ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ସିସୋଦିଆଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ମାତ୍ର ଏହା ମଧ୍ୟରେ ସେ ଇଣ୍ଟରନେଟ ବ୍ୟବହାର କରିପାରିବେନି କି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ପାରିବେନି ବୋଲି ଆଦେଶ ଦେଇଛନ୍ତି କୋର୍ଟ।

ଜେଲ୍‌ରେ ୧୦୩ ଦିନ ରହିବା ଭିତରେ ଅସହ୍ୟ ଗରମରେ ମନୀଷ ଛଟପଟ ହୋଇଥିବା ବେଳେ ଦିନେ ବି ଶାନ୍ତିରେ ଶୋଇ ପାରି ନାହାନ୍ତି। ସେ ତଳେ ଶୋଉଥିବା ବେଳେ ମଶାମାନେ ବି ଅତିଷ୍ଠ କରୁଥିଲେ। ଏହାସତ୍ତ୍ୱେ ସେ ନିଜ ଲକ୍ଷ୍ୟରୁ ବିତ୍ୟୁତ୍‌ ହୋଇ ନାହାନ୍ତି। ଏତେ ମାନସିକ ନିର୍ଯାତନା ପରେ ବି ତାଙ୍କ ମୁହଁରେ ହସ ସହ ଆଖିରେ ଚମକ ଦେଖିବାକୁ ପାଉଛି। ସେ ଶିକ୍ଷାର ଆଲୋକରେ ସମାଜକୁ ଆଲୋକିତ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ରାଜନୀତି କରିବାକୁ ଶପଥ ନେଇଛନ୍ତି । ଏଥିରୁ ତାଙ୍କୁ କେହି ବି ହଟାଇ ପାରିବେନି ।  ଜେଲ୍‌ ଚାରି କାନ୍ଥ ଭିତରେ ସେ ଦେଶ ବିଦେଶର ବହୁ ବିଶିଷ୍ଟ ଲୋକଙ୍କ ବହି ପଢ଼ୁଥିବା ବେଳେ ତାହା ତାଙ୍କୁ ମାନସିକ ଭାବେ ସ୍ଥିର କରି ରଖିଛି ବୋଲି କହିଛନ୍ତି ସୀମା।

ଦିନେ ନା ଦିନେ ଅସତ୍ୟ ଉପରେ ସତ୍ୟର ଜୟ ହେବ ଓ ଶିକ୍ଷାର ଆଲୋକରେ ସମଗ୍ର ସମାଜ ଆଲୋକିତ ହେବ । ଏଥିସହ ସ୍ୱାମୀଙ୍କ ପାଇଁ ବେଶ୍‌ ଗର୍ବିତ ବୋଲି ବି ଟ୍ୱିଟ କରିଛନ୍ତି ସୀମା।

ଗତକାଲି ଦିଲ୍ଲୀରେ ଗୋଟିଏ ନୂଆ ସ୍କୁଲ ଉଦଘାଟନ କରିବା ବେଳେ କେଜ୍ରିୱାଲ ସର୍ବସମ୍ମୁଖରେ ସିସୋଦିଆଙ୍କୁ ମନେ ପକାଇ ସର୍ବ ସମ୍ମୁଖରେ କାନ୍ଦି ପକାଇ ଥିଲେ।

ଏଥିସହ ସେ କହିଛନ୍ତି, ପ୍ରତ୍ୟେକ ପିଲା ସବୁଠାରୁ ଭଲ ଶିକ୍ଷା କେମିତି ପାଇବ, ସେଇଟା ହିଁ ଥିଲା ମନୀଷଙ୍କ ସ୍ୱପ୍ନ। ସେ ଏସବୁ ପାଇଁ ସ୍ୱପ୍ନ ଦେଖିଥିଲେ। ସେ ଦିଲ୍ଲୀରେ ଭଲ ସ୍କୁଲ ନିର୍ମାଣ କରିବା ସହ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରୁଥିବାରୁ ଆଜି ଜେଲରେ ଅଛନ୍ତି।

Arvind Kejriwal AAP Manish Sisodia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe