Advertisment

ମୁମ୍ବାଇ ହରର: ମନୋଜ ଓ ସରସ୍ୱତୀ ଥିଲେ ପତିପତ୍ନୀ, ମନୋଜ କହିଲେ- ମୁଁ ଏଚଆଇଭି ପଜିଟିଭ

ଉଭୟ ମନୋଜ ଓ ସରସ୍ୱତୀ ମନ୍ଦିରରେ ବିବାହ କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ତେବେ  ପୁଲିସ୍‌ ସମ୍ମୁଖରେ ମନୋଜ ଏକ ଚାଞ୍ଚଲ୍ୟକର ବୟାନ ଦେଇ ସେ ନିଜେ ଏଚଆଇଭି ପଜିଟିଭ ବୋଲି କହିଛନ୍ତି।

Murder Case

Murder Case

Advertisment

ମୁମ୍ବାଇର ମୀରା ରୋଡରେ ନିଜ ଲିଭ- ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇବା ପରି ସାଂଘାତିକ କାଣ୍ଡ ଘଟାଇଥିବା ମନୋଜ ସାଣେ ନିଜକୁ ବଞ୍ଚାଇବାକୁ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରୁଛନ୍ତି। ଉଭୟ ମନୋଜ ଓ ସରସ୍ୱତୀ ମନ୍ଦିରରେ ବିବାହ କରିଥିବା ପୁଲିସ୍‌ ଜାଣିବାକୁ ପାଇଛି। ତେବେ  ପୁଲିସ୍‌ ସମ୍ମୁଖରେ ମନୋଜ ଏକ ଚାଞ୍ଚଲ୍ୟକର ବୟାନ ଦେଇ ସେ ନିଜେ ଏଚଆଇଭି ପଜିଟିଭ ବୋଲି କହିଛନ୍ତି। ଏପରିକି ତାଙ୍କର ସରସ୍ୱତୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ନ ଥିବା ବି କହିଛନ୍ତି। ହେଲେ ଏପରି ବାହାନା କରି ପୁଲିସ୍‌ କବଜାରୁ ସେ ମୁକୁଳି ପାରିବେନି ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment

ପ୍ରାୟ ୫ ବର୍ଷ ହେବ ସରସ୍ୱତୀମନୋଜ ଲିଭ ଇନରେ ରହୁଥିଲେ ମଧ୍ୟ ସରସ୍ୱତୀ ମନୋଜଙ୍କୁ ନିଜ ମାମୁ ବୋଲି ସମସ୍ତଙ୍କ ଆଗରେ ପରିଚିତ କରାଉଥିଲେ। ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନ ଥିବା ମନୋଜ ପୁଲିସ୍‌ ସମ୍ମୁଖରେ କହୁଥିବା ବେଳେ ଉଭୟଙ୍କ ବିବାହ କିନ୍ତୁ ଏକ ମନ୍ଦିରରେ ଶେଷ ହୋଇଥିବା ପୁଲିସ୍ ଜାଣିବାକୁ ପାଇଛି। ହେଲେ ସେମାନେ ରେଜିଷ୍ଟ୍ରି ମ୍ୟାରେଜ କରି ନ ଥିଲେ।

ସରସ୍ୱତୀ ଅନାଥ ବୋଲି ଜଣାପଡ଼ିଥିଲେ ବି ତାଙ୍କର ଭଉଣୀ ଥିବା ଜଣାଯାଇଛି। ପୁଲିସ୍ ତାଙ୍କ ସହ ସମ୍ପର୍କ କରି ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଚିହ୍ନଟ କରିବାକୁ ତାଙ୍କ ଡିଏନ୍‌ଏ ଟେଷ୍ଟ କରିଥିବା ଜଣାଯାଇଛି। ଏହାପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପୁଲିସ୍‌ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର କିଛି ଅଂଶ ତାଙ୍କ ଭଉଣୀଙ୍କୁ ହସ୍ତାନ୍ତର କରିଛି ।

Advertisment

ସରସ୍ୱତୀଙ୍କୁ ଏପରି ନିର୍ମମ ଭାବେ ହତ୍ୟା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ଲିଭ- ଇନ୍‌- ପାର୍ଟନର ମନୋଜ । କୌଣସି ଅପରାଧିକ ପୃଷ୍ଟଭୂମି ନ ଥାଇ ବି ମନୋଜ ପୁଲିସ୍‌କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛି। ଏପରିକି ସେ ନିଜ ମନ୍ତବ୍ୟ ବାରମ୍ବାର ବଦଳାଉଥିବା ବେଳେ ତାହା ପରସ୍ପର ବିରୋଧି ହେଉଛି।

ମନୋଜ ଏବେ ପୁଲିସ୍‌ ଏଚଆଇଭି ସଂକ୍ରମିତ ଥିବା କଥା କହି ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାଦ୍ୱାରା କିନ୍ତୁ ତଦନ୍ତରେ କିଛି ଫରକ ପଡ଼ିବନି ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି। କାରଣ ମନୋଜ ଅପରାଧ କରିଥିବା ବେଳେ ଏପରି ମନ୍ତବ୍ୟର ତାହା ସହ କିଛି ସମ୍ପର୍କ ନାହିଁ। କିନ୍ତୁ ତାର ଏଚଆଇଭି ଟେଷ୍ଟ କରାଯିବ ବୋଲି କହିଛନ୍ତି ପୁଲିସ୍‌ ଅଧିକାରୀ।

ମନୋଜ ପୁଲିସ୍‌କୁ କହିଛନ୍ତି ଯେ ଜୁନ ୩ରେ ସରସ୍ୱତୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ପୁଲିସ୍‌ ତାଙ୍କୁ ସରସ୍ୱତୀଙ୍କୁ ହତ୍ୟା କରିବା ଘଟଣାରେ ଫସାଇ ଗିରଫ କରିବ ବୋଲି ଆଶଙ୍କା କରି ସେ ମୃତଦେହକୁ ଟିକଟିକ କରି କାଟି ଦେଇଥିଲେ ଓ ଏହାକୁ ପ୍ରେସର କୁକର୍‌ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବୋଲି ପୁଲିସ୍‌କୁ କହିଛନ୍ତି।

ତେବେ ମନୋଜଙ୍କ କଥାକୁ ପୁଲିସ୍‌ ବିଶ୍ୱାସ କରୁନାହିଁ। ଏଥିପାଇଁ ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହର ଯାଞ୍ଚ ପାଇଁ ପୁଲିସ୍‌ ଏହାକୁ ଜେଜେ ହସ୍ପିଟାଲକୁ ପଠାଇଛି।

ଅହମଦନଗରରେ ଥିବା ଜନକୀବାଈ ଆପଟେ ବାଳିକାଶ୍ରମରେ ରହୁଥିବା ଅନାଥ ସରସ୍ୱତୀ କେବେ ହେଲେ ମନୋଜ ତାଙ୍କ ପ୍ରେମିକ କିମ୍ବା ଲିଭ ଇନ ପାର୍ଟନର ବୋଲି କାହାକୁ କହୁ ନଥିଲେ। ସବୁବେଳେ ମନୋଜ ତାଙ୍କ ମାମୁ ବୋଲି ସେ ସମସ୍ତ ଆଗରେ ପରିଚିତ କରାଇଥିଲେ। ଯେଉଁ ଅନାଥ ଆଶ୍ରମରେ ସରସ୍ୱତୀ ବଡ଼ ହୋଇଥିଲେ ସେଠାକାର ଲୋକମାନେ ମଧ୍ୟ ମନୋଜ ତାଙ୍କ ମାମୁ ବୋଲି ଜାଣିଥିଲେ।

Murder Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe