Advertisment

ମୋ ନାଁ ସାବରକର ନୁହେଁ, ମୁଁ କ୍ଷମା ମାଗିବି ନାହିଁ: ରାହୁଲ ଗାନ୍ଧି

ସେ ଆଦାନି ପ୍ରସଙ୍ଗ ଉଠାଇ ପୁଣିଥରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି।

Rahul Gandhi

Rahul Gandhi

Advertisment

ଲୋକସଭାର ସଦସ୍ୟତା ପଦ ରଦ୍ଦ ହେବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସାମ୍ବାଦିକ ସମ୍ମିଳନୀ କରି ଲଢ଼େଇ ଜାରି ରଖିବେ ବୋଲି ରଣହୁଙ୍କାର ଦେଇଛନ୍ତି। ଏଥିସହ ସେ ଆଦାନି ପ୍ରସଙ୍ଗ ଉଠାଇ ପୁଣିଥରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି।

Advertisment

ରାହୁଲ ଗାନ୍ଧି ଦାବି କରିଛନ୍ତି ଯେ ତାଙ୍କର ଆଗାମୀ ଭାଷଣ ଆଶଙ୍କାରେ ପ୍ରଧାନମନ୍ତ୍ରୀ ଭୟଭୀତ। ଏଥିପାଇଁ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଛି। ଏଥିସହ ସେ ହିନ୍ଦୁବାଦୀ ନେତା ସାବରକରଙ୍କ କଥା କହି ନିଜର ଲଣ୍ଡନ ବୟାନ ଓ ୨୦୧୯ ମାନହାନୀ କେସ୍‌ ପାଇଁ କାହିଁକି କ୍ଷମା ମାଗିଲେ ନାହିଁ ବୋଲି କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି, “ମୋର ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇପଡ଼ିଥିଲେ। ତେଣୁ ମୋତେ ଅଯୋଗ୍ୟ ଘୋଷଣା କରାଯାଇଛି। ମୁଁ ତାଙ୍କ ଆଖିରେ ଡର ଦେଖିଛି। ଖାସ ଏହି କାରଣ ପାଇଁ ସେମାନେ ମୋତେ ସଂସଦରେ କହିବାକୁ ସୁଯୋଗ ଦେଉ ନଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଆଦାନିଙ୍କ ସମ୍ପର୍କ ଉପରେ ପ୍ରଶ୍ନ ଜାରି ରଖିବି। ମୁଁ ସତ୍ୟ ପାଇଁ ଲଢ଼େଇ କରିବି।”

Advertisment

ବିଜେପି ତାଙ୍କ ଠାରୁ ଲଣ୍ଡନ ବୟାନ ପାଇଁ କ୍ଷମା ଦାବି କରୁଥିବା ବେଳେ ଆଜି ରାହୁଲ ଏହାର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, “ମୋ ନାଁ ସାବରକର ନୁହେଁ। ମୁଁ ଜଣେ ଗାନ୍ଧି। ମୁଁ କେବେ ହେଲେ କ୍ଷମା ମାଗିବି ନାହିଁ। କାରଣ ଗାନ୍ଧି କେବେ ହେଲେ କ୍ଷମା ମାଗନ୍ତି ନାହିଁ।”

ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶ ରାଷ୍ଟ୍ରଗୁଡ଼ିକୁ ହସ୍ତକ୍ଷେପ କରିବାକୁ ରାହୁଲ ନିମନ୍ତ୍ରଣ କରିଥିବା ଅଭିଯୋଗକୁ ସେ ଆଜି ଅଗ୍ରାହ୍ୟ କରିଛନ୍ତି। ସଂସଦରେ ୪ ଜଣ ମନ୍ତ୍ରୀ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଏହାର ଜବାବ ଦେବାକୁ ସେ ଚାହୁଁଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଅନମୁତି ମିଳି ନଥିଲା ବୋଲି ରାହୁଲ କହିଛନ୍ତି।

ସେ କହିଛନ୍ତି “ବିଜେପି ନେତାମାନେ ଦାବି କରୁଛନ୍ତି ଯେ ମୁଁ ଭାରତ ବିରୋଧୀ ତତ୍ତ୍ୱକୁ ସହଯୋଗ କରୁଛି। ଏହି ଅଭିଯୋଗ ଉପରେ ଜବାବ ଦେବାର ଅଧିକାର ମୋର ଥିବା ମୁଁ ବାଚସ୍ପତିଙ୍କୁ କହିଥିଲି। କିନ୍ତୁ ସେ ମୋତେ କହିବାକୁ ଅନୁମତି ଦେଇ ନଥିଲେ। ମୋର ଗୋଟିଏ ଲକ୍ଷ୍ୟ ହେଲା ଯେ ସତ୍ୟ ପାଇଁ ଲଢ଼େଇ କରିବା ଓ ଦେଶର ଗଣତାନ୍ତ୍ରିକ ପଦ୍ଧତିକୁ ରକ୍ଷା କରିବା। ମୋତେ ଜୀବନରୁ ଡିସକ୍ୱାଲିଫାଏ କରିଦିଅ, ମୋତେ ସବୁଦିନ ପାଇଁ ଜେଲ ପଠାଇ ଦିଅ। ତଥାପି ମୁଁ କହିବା ଜାରି ରଖିବି। ମୁଁ ଚୁପ ବସିବି ନାହିଁ।”

ସୂଚନାଯୋଗ୍ୟ, ବିନାୟକ ଦାମୋଦର ସାବରକରଙ୍କୁ ବିଜେପି ସ୍ୱାଧୀନତା ସଂଗ୍ରାମୀ ବୋଲି ବାରମ୍ବାର କହି ଆସୁଛି। କିନ୍ତୁ କଂଗ୍ରେସ ଓ ଅନେକ ଇତିହାସକାରଙ୍କ ମତରେ କଳାପାଣି ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ସାବରକର ଇଂରେଜମାନଙ୍କୁ କ୍ଷମା ମାଗିଥିଲେ। ଏଥିସହ ସେ ଇଂରେଜମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ଜେଲରୁ ଖଲାସ ହୋଇଥିଲେ।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe