Advertisment

ରାହୁଲ ଗାନ୍ଧିଙ୍କୁ ଅଭ୍ୟାସ ଗତ ମିଛୁଆ କହିଲା ବିଜେପି

ରାହୁଲ ଗାନ୍ଧି ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି।

author-image
Hemant Lenka
Ravi Shankar Prasad

Ravi Shankar Prasad

ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଓ ବିଜେପି ଉପରେ ବର୍ଷିଛନ୍ତି। ତାଙ୍କ ମୁହଁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପି ଯେତେ ଉଦ୍ୟମ କଲେ ମଧ୍ୟ ସେ ଚୁପ ବସିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କର ଏପରି ବୟାନ ଉପରେ କଡ଼ା ଜବାବ ଦେଇଛି ବିଜେପି। ରାହୁଲ ଜଣେ ଅଭ୍ୟାସ ଗତ ମିଛୁଆ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି।

Advertisment

ସେ କହିଛନ୍ତି, “ଆଜି ରାହୁଲ ଗାନ୍ଧି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ ବୋଲି ସଫେଇ ଦେଇଛନ୍ତି। ରାହୁଲ ଗାନ୍ଧି ଲଣ୍ଡନରେ କହିଥିଲେ ଯେ ଭାରତରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ଓ ୟୁରୋପୀୟ ଦେଶ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ରାହୁଲ ଗାନ୍ଧିଙ୍କ ପ୍ରକୃତି ହେଉଛି ମିଛ କହିବା। ରାହୁଲ ଗାନ୍ଧିଙ୍କ ସମସ୍ୟା ହେଲା ଦେଶ କଂଗ୍ରେସ ପାଇଁ ଭୋଟ କରୁନି।

ଯଦି ସେ ଜାଣିଶୁଣି ଏପରି ପଛୁଆ ବର୍ଗର ଲୋକଙ୍କୁ ଅପମାନିତ କରିବେ, ତା’ହେଲେ ଭବିଷ୍ୟତରେ ମଧ୍ୟ କଂଗ୍ରେସ କୌଣସି ଭୋଟ ପାଇବ ନାହିଁ। ବିଜେପି ଏହି ପ୍ରସଙ୍ଗ ସମଗ୍ର ଦେଶରେ ଉଠାଇବ। ସେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ। କିନ୍ତୁ ମୂଳ ପ୍ରସଙ୍ଗରେ କିଛି ବି କହିଲେ ନାହିଁ। ସେ ପୁଣିଥରେ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି।

Advertisment

ସେ କହିଥିଲେ ଯେ ସବୁ ମୋଦି ସରନେମ ଥିବା ଲୋକମାନେ ଚୋର କାହିଁକି? ଏପରି କହି ସେ ସମାଜର ପଛୁଆ ବର୍ଗର ଲୋକଙ୍କୁ ଅପମାନିତ କରିଛନ୍ତି। ସମାଲୋଚନା କରିବାର ଅଧିକାର ଆପଣଙ୍କର ଅଛି। କିନ୍ତୁ ଅପମାନିତ କରିବାର ଅଧିକାର ଆପଣଙ୍କର ନାହିଁ। ବିଜେପି ରାହୁଲଙ୍କ ବୟାନ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବ।”

ଏଥିସହ ରାହୁଲ କାହିଁକି ଉପର କୋର୍ଟକୁ ଗଲେ ନାହିଁ? ସେ କାହିଁକି କୋର୍ଟରୁ ରହିତାଦେଶ ଆଣିଲେ ନାହିଁ? ମୋଦିଙ୍କ ବିରୋଧରେ ମତ ଦେବା ବେଳେ ସେ ଥରେ ଚିନ୍ତା କରିଥିଲେ କି ବୋଲି ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଛନ୍ତି।

Bjp Congress Rahul Gandhi