Advertisment

ପିଏମ୍‌ ନା ରାଷ୍ଟ୍ରପତି, କିଏ କରିବେ ସଂସଦ ଭବନର ଉଦ୍‌ଘାଟନ; ଆଜି ସୁପ୍ରିମକୋର୍ଟରେ ଶୁଣାଣି

ପ୍ରଧାନମନ୍ତ୍ରୀ ଏହି ଭବନର ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଥିବା ବେଳେ ବିପକ୍ଷ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏଥିସହ ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରନ୍ତୁ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ସଂସଦର ନୂଆ ବିଲଡିଂ ଉଦଘାଟନ ଦିନ ପାଖେଇ ଆସୁଥିବା ବେଳେ ଏହାକୁ ନେଇ ପଲିଟିକାଲ ହାଇଡ୍ରାମା ଜୋର ଧରିବାରେ ଲାଗିଛି। ଉଦ୍‌ଘାଟନୀ ସମାରୋହକୁ ସ୍ମରଣୀୟ କରିବାକୁ ଶାସକ ଦଳ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିପକ୍ଷ ଦଳ ବି ମେଳି କରିବାରେ ଲାଗିଲେଣି। ପ୍ରଧାନମନ୍ତ୍ରୀ ଏହି ଭବନର ଉଦ୍‌ଘାଟନ କରିବେ ବୋଲି ସ୍ଥିର ହୋଇଥିବା ବେଳେ ବିପକ୍ଷ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ଏଥିସହ ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରନ୍ତୁ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାକୁ ନେଇ ବିବାଦ ଦିନକୁ ଦିନ ଘନେଇବାକୁ ଲାଗିଥିବା ବେଳେ ଏନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହେବ ।

Advertisment

ଏନେଇ ସୁପ୍ରିମକୋର୍ଟ ରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିବା ବେଳେ ଆଜି ଏହାର ଶୁଣାଣି ହେବ । ସଂସଦର ନୂଆ ବିଲଡିଂ ଉଦଘାଟନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସୁପ୍ରିମକୋର୍ଟ କ’ଣ ରାୟ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର। 

ଏହି ପିଆଇଏଲକୁ ସୁପ୍ରିମକୋର୍ଟ ଆଇନଜୀବୀ ସିଆର ଜୟା ସୁକିନ ଦାଖଲ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ସାମିଲ ନ କରି କେନ୍ଦ୍ର ସରକାର ଭାରତର ସମ୍ବିଧାନରେ ଥିବା ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ତେଣୁ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରିବା ନିମନ୍ତେ   ସୁପ୍ରିମକୋର୍ଟ ଲୋକସଭା ସଚିବାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି  ପିଆଇଏଲ ଦାଖଲ କରାଯାଇଛି।

Advertisment

 ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ଅଛି, ସଂସଦ ହେଉଛି ଭାରତର ସର୍ବୋଚ୍ଚ ବ୍ୟବସ୍ଥାପିକା ସଂସ୍ଥା। ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ। ଲୋକସଭା କିମ୍ବା ରାଜ୍ୟସଭାକୁ ଭଙ୍ଗ କରିବା ଓ ଏହାକୁ ଡାକିବାର କ୍ଷମତା ରାଷ୍ଟ୍ରପତିଙ୍କର ରହିଛି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ଉଦଘାଟନୀ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରି ନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ସଂସଦର ଅବିଚ୍ଛେଦ୍ୟ ଅଙ୍ଗ। ଏହାସତ୍ତ୍ୱେ ତାଙ୍କୁ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଡକା ଯାଇ ନ ଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମକୁ ମଧ୍ୟ ଡକା ଯାଉନି । ତେଣୁ ରାଷ୍ଟ୍ରପତି ସଂସଦର ନୂଆ ବିଲଡିଂ ଉଦଘାଟନ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ ରହିଛି। 

ସଂସଦର ନୂଆ ବିଲଡିଂର ସମାହୋହକୁ ବହିଷ୍କାର କରୁଥିବା ପାର୍ଟି ସଂଖ୍ୟା ୨୧ରେ ପହଞ୍ଚିଲାଣି। ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନୂଆ ସଂସଦ ଭବନର ଉଦ୍‌ଘାଟନ ଉତ୍ସବକୁ ଟିଏମ୍‌ସି, ଆପ୍‌ ପରି ରାଜନୈତିକ ଦଳ ବୟକଟ କରିବେ ବୋଲି ଘୋଷଣା କରି ସାରିଛନ୍ତି ।  

ରିପୋର୍ଟ ମୁତାବକ, ନୂଆ ବିଲଡିଂର ଉଦ୍‌ଘାଟନୀ ସମାରୋହକୁ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳ ନିକଟକୁ ନିମନ୍ତ୍ରଣ ପତ୍ର ପଠାଇଥିବା ବେଳେ ଏହାକୁ ୨୫ଟି ରାଜନୈତିକ ଦଳ ସ୍ୱୀକାର କରିଛନ୍ତି। ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ନୂଆ ବିଲଡିଂ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିଲେ ବି ସମାରୋହକୁ ଆସିବ କି ନାହିଁ ସେ ନେଇ କିଛି ସ୍ପଷ୍ଟ କରି ନାହିଁ । 

PM Modi Supreme Court Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe