Advertisment

ବେଙ୍ଗାଲୁରୁ କାଫେରେ ଆଇ‌ଇଡି ବିସ୍ଫୋରଣ ଘଟଣାର NIA ତଦନ୍ତ ଦାବି

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ଗତକାଲି ହୋଇଥିବା ଆଇଇଡି ବିସ୍ଫୋରଣ ଘଟଣାର ତଦନ୍ତ ଏନଆଇଏ କରିବା ଉଚିତ । କିଭଳି ସ୍ଥିତିରେ ଏପରି ଭୟଙ୍କର ବିସ୍ଫୋରଣ ଘଟିଲା ତାହାର ଯାଞ୍ଚ ପାଇଁ ରାଜ୍ୟ ସରକାର ଏନଆଇଏକୁ ନିର୍ଦ୍ଦେଶ ଦିଅନ୍ତୁ ।

Blast

Blast

Advertisment

ବେଙ୍ଗାଲୁରୁର ରାମେଶ୍ୱରମ କାଫେ ରେ ଗତକାଲି ହୋଇଥିବା ଆଇଇଡି ବିସ୍ଫୋରଣ ଘଟଣାର ତଦନ୍ତ ଏନଆଇଏ କରିବା ଉଚିତ । କିଭଳି ସ୍ଥିତିରେ ଏପରି ଭୟଙ୍କର ବିସ୍ଫୋରଣ ଘଟିଲା ତାହାର ଯାଞ୍ଚ ପାଇଁ ରାଜ୍ୟ ସରକାର ଏନଆଇଏକୁ ନିର୍ଦ୍ଦେଶ ଦିଅନ୍ତୁ । ମେଡିକାଲରେ ଆହତଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଆହତଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ।

Advertisment

ଗତକାଲି କାଫେରେ ହୋଇଥିବା ବିସ୍ଫୋରଣରେ ଗୁରୁତର ଥିବା ୯ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ କାଫେର କର୍ମଚାରୀ। ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଦୋଷୀ ଚିହ୍ନଟ ହେବେ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।

ସିସିଟିଭି ଫୁଟେଜ ଅନୁଯାୟୀ ଯେଉଁ ଯୁବକ ଜଣଙ୍କ କାଫେ ଭିତରେ ବ୍ୟାଗ ରଖିଥିଲା ସେ କ୍ୟାଶ କାଉଣ୍ଟରରୁ ଟୋକନ ନେଇଥିଲା। ତେବେ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ନୁହେଁ ତାହା ସ୍ପଷ୍ଟ ହୋଇନି। ପୁଲିସ୍‌ ଏବେ କ୍ୟାଶିୟରଙ୍କୁ ପଚରାଉଚରା କରୁଛି।

Advertisment

ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ପୁଲିସ୍‌ ଓ ଫରେନ୍ସିକ ଟିମ୍‌ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି। କାଫେକୁ ସିଲ୍‌ କରି ଦିଆଯାଇଛି।

Karnataka Bengaluru IED Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe