Advertisment

ଓସ୍କାର ପୁରସ୍କାର ପାଇଁ ସରକାର ଓ ମୋଦିଜୀ ଶ୍ରେୟ ନିଅନ୍ତୁ ନାହିଁ, ଅନୁରୋଧ କଲେ ଖାଡ଼ଗେ

ଓସ୍କାର ପୁରସ୍କାର ପାଇଥିବା ଦୁଇଟି ଯାକ ଫିଲ୍ମ ‘RRR’ ଓ 'The Elephant Whisperers'ର ଦକ୍ଷିଣ ଭାରତ ସହିତ ରହିଥିବା ସଂପର୍କ ବିଷୟରେ ମଧ୍ୟ କହିବାକୁ ଖାଡ଼ଗେ ଭୁଲି ନଥିଲେ।

Mallikarjun Kharge

Mallikarjun Kharge

Advertisment

RRR ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ପୁରସ୍କାର ମିଳିଛି। ସେହିପରି ଭାରତୀୟ ଶର୍ଟ ଫିଲ୍ମ ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’କୁ ମଧ୍ୟ ମିଳିଛି ଓସ୍କାର ପୁରସ୍କାର। ଏହା ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛି। ସବୁଠି ଏହା ଆଲୋଚନାର ବିଷୟ ପାଲଟିଥିବା ବେଳେ ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।

Advertisment

କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏହି ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଏହା ଭାରତ ପାଇଁ ଏକ ଗୌରବର କଥା। ସେ ଓସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହା ସହିତ ଓସ୍କାର ପୁରସ୍କାର ପାଇଥିବା ଦୁଇଟି ଯାକ ଫିଲ୍ମ ‘RRR’ ଓ 'The Elephant Whisperers'ର ଦକ୍ଷିଣ ଭାରତ ସହିତ ରହିଥିବା ସଂପର୍କ ବିଷୟରେ ମଧ୍ୟ କହିବାକୁ ସେ ଭୁଲି ନଥିଲେ।

Advertisment

ଶ୍ରୀ ଖାଡ଼ଗେ କହିଥିଲେ, ଆମେ ବହୁତ ଗର୍ବିତ। କିନ୍ତୁ ମୋର ଏକମାତ୍ର ଅନୁରୋଧ ଯେ ଏହାର (ଓସ୍କାର ପୁରସ୍କାର ପାଇବାର) ଶ୍ରେୟ ସରକାର ନନିଅନ୍ତୁ। ‘ଆମେ ନିର୍ଦ୍ଦେଶନା ଦେଇଥିଲୁ, ଆମେ ସ୍କ୍ରିପ୍ଟ ଲେଖିଥିଲୁ, ମୋଦିଜୀ ନିର୍ଦ୍ଦେଶନା ଦେଇଥିଲେ’ ଭଳି କଥା ସରକାର ନକୁହନ୍ତୁ। ସେମାନେ (ସରକାରରେ ଥିବା ଲୋକେ) ଏ କଥା କହିବା ଉଚିତ୍ ନୁହେଁ। ଏହା ମୋର ଏକମାତ୍ର ଅନୁରୋଧ।

ତାଙ୍କର ଏଭଳି ମନ୍ତବ୍ୟ ଶୁଣି ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ହସିଥିଲେ। ଏମିତିକି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଗୃହର ନେତା ପୀୟୂଷ ଗୋଏଲ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ସ୍ୱସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଓ ଶ୍ରମମନ୍ତ୍ରୀ ଭୂପିନ୍ଦର ଯାଦବ ମଧ୍ୟ ହସିଥିଲେ।

Oscar 2023 'The Elephant Whisperers Mallikarjun Kharge Narendra Modi RRR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe