Advertisment

କଫିନ ବିବାଦ: ଆରଜେଡିକୁ ସମାଲୋଚନା କଲେ ଓୱେସୀ

ସେ ଆରଜେଡିକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଦଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାର ଥିଲା ବୋଲି ପୁଣି ଦୋହରାଇଛନ୍ତି।

author-image
Hemant Lenka
Asaduddin Owaisi

Asaduddin Owaisi

ବିରୋଧୀଙ୍କ ବୟକଟ ମଧ୍ୟରେ ଆଜି ସଂସଦର ନୂଆ ବିଲଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ତେବେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ପକ୍ଷରୁ ନୂଆ ସଂସଦ ବିଲଡିଂକୁ କଫିନ ସହ ତୁଳନା କରାଯାଇଥିବାରୁ ଏହାକୁ ନାପସନ୍ଦ କରିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ।

Advertisment

ସେ ଆରଜେଡିକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଦଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବାର ଥିଲା ବୋଲି ପୁଣି ଦୋହରାଇଛନ୍ତି।

‌ଓୱେସୀ କହିଛନ୍ତି, “ଆରଜେଡିର ଏପରି କହିବାର କୌଣସି ଅଧିକାର ନାହିଁ। ଦିଲ୍ଲୀ ଅଗ୍ନି ସେବା ପକ୍ଷରୁ ମଧ୍ୟ ପୁରୁଣା ସଂସଦ ଭବନରୁ କ୍ଲିୟରାନ୍ସ ମିଳିନି। କାହିଁକି ସେମାନେ(ଆରଜେଡି) ସଂସଦକୁ ଗୋଟିଏ କଫିନ କହିଲେ? ସେମାନେ ଏହାକୁ ଅଲଗା କିଛି କରି ପାରି ଥାଆନ୍ତେ। ଏପରି ଏକ ଦିଗ ଆଣିବାର ଆବଶ୍ୟକ କ’ଣ ଥିଲା?”

Advertisment

ଓୱେସୀ ନୂଆ ସଂସଦ ଭବନ ର ଆବଶ୍ୟକତା ଥିଲା ବୋଲି ମଧ୍ୟ ମତ ରଖିଛନ୍ତି। ଏଥିସହ ଦିବଂଗତ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପୁରୁଣା ସଂସଦ ବିଲଡିଂରେ ଥିବା ଅଫିସରେ ଖାଉଥିବା ବେଳେ କେମିତି ଛାତରୁ ସିମେଣ୍ଟ ଖସିଥିଲା, ତା’ର ଉଦାହରଣ ମଧ୍ୟ ଦେଇଛନ୍ତି।

ଲୋକସଭାର ମୁଖ୍ୟ ବାଚସ୍ପତି, ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି ମତ ରଖି ଓୱେସୀ କହିଛନ୍ତି, “ଲୋକସଭା ସବୁବେଳେ ଲୋକଙ୍କ ପାଖରେ ଉତ୍ତରଦାୟୀ ରୁହେ। ଯଦି ନୂଆ ସଂସଦ ଭବନକୁ ବାଚସ୍ପତି ଉଦଘାଟନ କରିଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା। କିନ୍ତୁ ପ୍ରଧାନମନ୍ତ୍ରୀ ନିଜେ ସବୁ କରିଛନ୍ତି ବୋଲି ଦେଖାଇ ହେବାକୁ ଚେଷ୍ଟା କରିଛନ୍ତି। ସେ ଦେଖାଇବାକୁ ଚାହୁଁଛନ୍ତି ଯେ ତାଙ୍କ ଛଡ଼ା ଆଉ କେହି ବି କିଛି କରିପାରିବେ ନାହିଁ। ସେ ନିଜର ବ୍ୟକ୍ତିଗତ ପ୍ରଚାର କରିବାରେ ଲାଗିଛନ୍ତି।”

Parliament New Parliament Building