Advertisment

ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ; ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡିର କରିବେ ସମୀକ୍ଷା

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତକାଲି ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିନିମନ୍ତେ ମୋଦି ଆଜି ଜରୁରୀ ବୈଠକ ଡାକିଛନ୍ତି ।

Modi

Modi

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ରେ ଗତକାଲି ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦି। ଏଥିନିମନ୍ତେ ମୋଦି ଆଜି ଜରୁରୀ ବୈଠକ ଡାକିଛନ୍ତି । କିପରି ଏହି ଟ୍ରେନ୍‌ ଦୁର୍ଘଟଣା ହେଲା, କାହାର ତ୍ରୁଟି ଯୋଗୁ ଅକାଳରେ ଏତେ ଜୀବନ ଚାଲିଗଲା ତାହାର ତର୍ଜମା କରିବେ ପ୍ରଧାନମନ୍ତ୍ରୀ।

Advertisment

ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହିବେ। ଏଥିସହ ଏନଡିଆରଏଫ ଡିଜି ବି ଏଡି ହାଇ ପ୍ରୋଫାଇଲ ବୈଠକରେ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।

ବାୟୁସେନା ଫୋର୍ସ ସହ ସେନା ବି ଏହି ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି। ପିଏମଓ ପକ୍ଷରୁ ସେମାନଙ୍କ ସହ ଆଲୋଚନା କରାଯାଇ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ କୁହାଯାଇଛି।

Advertisment

ଭାରତ ଇତିହାସରେ ଏହା ତୃତୀୟ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ବୋଲି କହିଛନ୍ତି ଏନଡିଆରଏଫ ଡିଜି ଅତୁଲ କରୱାଲ । ୩ଟି ଟ୍ରେନ୍‌ ପରସ୍ପର ସହ ଧକ୍କା ହେବାରୁ ବଗିଗୁଡ଼ିକ ପରସ୍ପର ଉପରେ ମାଡ଼ି ଯାଇଥିବା ବେଳେ ଛିଟିକି ପଡ଼ିଛନ୍ତି। ତେଣୁ ଲାନ୍‌ଚ୍ୟୁତ୍‌ ହୋଇଥିବା ବଗି ତଳୁ ଜୀବନ ରକ୍ଷା କରିବା ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶ ନିମନ୍ତେ ବାହାନଗା ଆସିବେ ବୋଲି ଜଣାଯାଇଛି। ଦୁର୍ଘଟଣା ଖବର ପାଇ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନରେ ଆଲୋଚନା କରିଥିବା ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ତିନି ଦଶନ୍ଧିରେ ଏହା ସବୁଠୁ ବଡ଼ ରେଳ ଦୁର୍ଘଟଣା। ଅତ୍ୟାଧୁନିକ ଟେକନୋଲଜିର ବ୍ୟବହାର, ସାଟେଲାଇଟର ବ୍ୟବହାର ସତ୍ତ୍ୱେ କିପରି ଦୁର୍ଘଟଣା ହେଲା ତାହାର ଆଜି ତଦନ୍ତ କରାଯିବ ବୋଲି ଜଣାଯାଇଛି।

PM Modi Train Accident TrainMishapInOdisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe