Advertisment

୨ ଘଣ୍ଟା ଅପେକ୍ଷା କଲେ, ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡ଼ାଣ ଭରିବାର ଥିଲା। କିନ୍ତୁ ହଠାତ୍‌ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।

PM Modi

PM Modi

Advertisment

ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଗୋଟିଏ ସ୍ୱତନ୍ତ୍ର ବିମାନ ଦେଓଘର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦି ସେଥିରେ ଦିଲ୍ଲୀ ଫେରିଛନ୍ତି। ବାସ୍ତବରେ ମୋଦି ଯେଉଁ ବିମାରେ ଦେଓଘର ରାଲିକୁ ଯାଇଥିଲେ, ସେଥିରେ ସେ ଦିଲ୍ଲୀ ଫେରିବାର ଥିଲା।

Advertisment

କିନ୍ତୁ ଉକ୍ତ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଏଥିଯୋଗୁ ଭାରତୀୟ ବାୟୁ ସେନାର ଆଉ ଗୋଟିଏ ବିମାନ ମୋଦିଙ୍କୁ ଆଣିବା ପାଇଁ ଦିଲ୍ଲୀରୁ ଯାଇଥିଲା। ସନ୍ଧ୍ୟା ପ୍ରାୟ ୫.୩୦ରେ ଉକ୍ତ ବିମାନ ଦେଓଘରରେ ପହଞ୍ଚିବା ପରେ ମୋଦି ଦିଲ୍ଲୀ ଫେରିଛନ୍ତି।

ସୂତ୍ର ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ମୋଦି ଝାରଖଣ୍ଡରେ ୨ଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଇଁ ଜନଜାତି ଗୌରବ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେ ଦେଓଘର ଏୟାରପୋର୍ଟକୁ ଆସିଥିଲେ। ସେଠାରୁ ସ୍ୱତନ୍ତ୍ର ବିମାଦନ ଯୋଗେ ସେ ଦିଲ୍ଲୀ ଯାଇଥାଆନ୍ତେ। 

Advertisment

କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆଜି ଅପରାହ୍ନର ବିମାନରେ ବସିଥିବା ବେଳେ ଏହା ଦେଓଘର ଏୟାରପୋର୍ଟରୁ ଉଡ଼ାଣ ଭରିବାର ଥିଲା। କିନ୍ତୁ ହଠାତ୍‌ ବିମାନରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ତୁରନ୍ତ ଉଡ଼ାଣକୁ ବନ୍ଦ କରାଯିବା ସହ ଟେକ୍ନିକାଲ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଏହାପରେ ସେମାନେ ବିମାନରେ ଦେଖାଯାଇଥିବା ତ୍ରୁଟିକୁ ଯାଞ୍ଚ କରିଥିଲେ। ଏସବୁ ଭିତରେ ମୋଦିଙ୍କୁ ଆଣିବା ପାଇଁ ବାୟୁସେନାର ଆଉ ଗୋଟିଏ ବିମାନ ପହଞ୍ଚିଥିଲା। ସେଥିରେ ମୋଦି ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟର ବିଳମ୍ବ ପରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଛନ୍ତି।

PM Modi Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe