Advertisment

ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

‘ସେଙ୍ଗୋଲ’କୁ ସ୍ଥାପିତ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିଥିଲେ।

ଅଦ୍ୟତନ ହୋଇଛି
New Parliament Building

New Parliament Building

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପୂଜାରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ୍ ବିର୍ଲା ବସିଥିଲେ। ପୂଜା ପରେ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ ’ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ’କୁ ଧରି ଉପସ୍ଥିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ‘ସେଙ୍ଗୋଲ’କୁ ନେଇ ଲୋକସଭା ବାଚସ୍ପତିଙ୍କ ଚୌକି ପାଖରେ ସ୍ଥାପିତ କରିଥିଲେ।

‘ସେଙ୍ଗୋଲ’କୁ ସ୍ଥାପିତ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିଥିଲେ। ନୂଆ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଚାନ୍ଦିପୁରର ପୁରଞ୍ଜନ ଦଳାଇ ମଧ୍ୟ ଥିଲେ। ପୁରଞ୍ଜନ ନୂଆ ସଂସଦ ଭବନ ନିର୍ମାଣ ବେଳେ ଚା’ ଓ ପାଣିର ବ୍ୟବସ୍ଥା କରିଥିଲେ।

Advertisment

ଶ୍ରମିକମାନଙ୍କୁ ସମ୍ମାନିତ କରାଯିବା ପରେ ଏକ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଥିରେ ଉପସ୍ଥିତ ରହିଥିଲେ।

ସକାଳେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

ପୁରୁଣା ସଂସଦ ଭବନକୁ ହେଲାଣି ୯୬ ବର୍ଷ

ପୁରୁଣା ସଂସଦ ଭବନର ନିର୍ମାଣ କାର୍ଯ୍ୟ ୧୯୨୧ରେ ଆରମ୍ଭ ହୋଇଥିଲା। ୧୯୨୭ରେ ଏହାର ଉଦ୍‌ଘାଟନ କରାଯାଇଥିଲା। ଏବେ ପୁରୁଣା ସଂସଦ ଭବନକୁ ୯୬ ବର୍ଷ ହୋଇଯାଇଛି। ଆଉ ୪ ବର୍ଷ ପରେ ଏହାର ଶହେ ବର୍ଷରେ ପରିଣତ ହୋଇଯିବ। ୯୬ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ସଂସଦ ଭବନ ବର୍ତ୍ତମାନର ଅନେକ ଆବଶ୍ୟକତାକୁ ପୂରଣ କରିପାରୁ ନଥିଲା। ତେଣୁ ସରକାର ବର୍ତ୍ତମାନର ଆବଶ୍ୟକତା ଓ ନୂଆ ପିଢ଼ିକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି।

New Parliament Building ନୂଆ ସଂସଦ ଭବନର ଭିତରର କିଛି ଦୃଶ୍ୟ

ପୁରୁଣା ସଂସଦ ଭବନରେ ୭୯୦ ସଦସ୍ୟ ବସିବା ଭଳି ବ୍ୟବସ୍ଥା ଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନରେ ଅଧିକ ସାଂସଦ ବସି ପାରିବା ଭଳି ବ୍ୟବସ୍ଥା କରାଯାଇଛି। ନୂଆ ସଂସଦ ଭବନର ଲୋକସଭା କକ୍ଷରେ  ୮୮୮ ଜଣ ସଦସ୍ୟ ଆରାମରେ ବସିପାରିବେ। ସେହିଭଳି ରାଜ୍ୟସଭା କକ୍ଷରେ ୩୦୦ ଜଣ ସଦସ୍ୟ ବସିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଉଭୟ ଗୃହର ଯୁଗ୍ମ ଅଧିବେଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯୁଗ୍ମ ଅଧିବେଶନ ସମୟରେ ଲୋକସଭାରେ ୧୨୮୦ ଜଣ ସାଂସଦ ବସିପାରିବା ଭଳି ବ୍ୟବସ୍ଥା କରାଯାଇଛି।

Narendra Modi PM Modi New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe