Advertisment

କିଏ ଏହି ନୋଏଲ ଟାଟା? କଥା ହେଲେ ପିଏମ୍‌ ମୋଦି

ନୋଏଲ୍ ଟାଟା ରତନ ଟାଟାଙ୍କ ଉତ୍ତରାଧିକାରୀ ବିବେଚିତ ହେଲେ ସେ ୩,୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବେ।

Noel Tata & PM Modi

Noel Tata & PM Modi

Advertisment

ବୁଧବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟା । ରତନ ଟାଟା ବିବାହ କରି ନ ଥିବା ବେଳେ ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ରେସ୍‌ରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା ଶୀର୍ଷରେ ଅଛନ୍ତି। ରତନ ଟାଟାଙ୍କ ବିୟୋଗରେ ନୋଏଲ୍ ଟାଟାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ନୋଏଲ୍ ଟାଟା, ରତନ ଟାଟା ଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ନୋଏଲ୍ ଟାଟା ରତନ ଟାଟାଙ୍କ ଉତ୍ତରାଧିକାରୀ ବିବେଚିତ ହେଲେ ସେ ୩,୮୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେବେ।

ରତନ ଟାଟାଙ୍କ ପିତା ନବଲ ହୋର୍ମୁସଜି ଦୁଇଟି ବିବାହ କରିଥିଲେ। ପ୍ରଥମ ବିବାହ ସେ ସୁନି ଟାଟାଙ୍କୁ କରିଥିଲେ। ସୁନି ଓ ନବଲଙ୍କର ଦୁଇ ପୁଅ ଥିଲେ । ସେମାନେ ହେଉଛନ୍ତି ରତନ ଟାଟା ଓ ଜିମ୍ମି ଟାଟା। ଜିମ୍ମି ଏବେ ବି ଜୀବୀତ ଥିବା ବେଳେ ସେ କିନ୍ତୁ ଲାଇଟଲାଇଟ୍‌ରୁ ଦୂରରେ ଖୁବ୍‌ ସରଳ ଜୀବନ ଯାପନ କରନ୍ତି। ତେଣୁ ତାଙ୍କୁ ନେଇ ମିଡିଆରେ ବେଶି ଚର୍ଚ୍ଚା ହୁଏନି।

Advertisment

ଏହାପରେ ନବଲ ହୋର୍ମୁସଜି ସିମୋନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସିମୋନ ଓ ନବଲ ଟାଟାଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା। ତାଙ୍କୁ ହିଁ ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି ।

ଗତ ୪୦ ବର୍ଷ ଧରି ନୋଏଲ ଟାଟା ଟାଟା ଗ୍ରୁପ୍‌ ସହ ଜଡ଼ିତ ଅଛନ୍ତି। ସେ ଏବେ ଟାଟାର ବିଭିନ୍ନ ଗ୍ରୁପ୍‌ର ବୋର୍ଡରେ ମେମ୍ବର ରହିଛନ୍ତି। ନୋଏଲ Tata International Limited, Voltas & Tata Investment Corporationର ଚେୟାରମ୍ୟାନ ଅଛନ୍ତି। ଏଥିସହ ସେ Tata Steel and Titan Company Limitedର ଭାଇସ୍‌- ଚେୟାରମ୍ୟାନ୍‌ ବି ଅଛନ୍ତି। ଏଥିସହ ସେ Sir Ratan Tata Trust and Sir Dorabji Tata Trustର ବି ଟ୍ରଷ୍ଟି ଅଛନ୍ତି।

ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି।

ନୋଏଲ୍ ଟାଟାର ସମସ୍ତ ତିନୋଟି ପିଲା ବର୍ତ୍ତମାନ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି। ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି।

Ratan Tata Ratan Tata Passed Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe