Advertisment

ଟ୍ରେନି IAS ପୂଜାଙ୍କ ଅଡୁଆ ବଢ଼ିଲା, ବାପାମା’ଙ୍କ ନାମରେ ମାମଲା ରୁଜୁ

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ତାଙ୍କ ବାପାମା’ଙ୍କ ନାମରେ ଆସିଛି ଅଭିଯୋଗ ।

author-image
Niharika Rout
ଅଦ୍ୟତନ ହୋଇଛି
puja-khedkar’s mother & puja

puja-khedkar’s mother & puja

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ନେଇ ବିବାଦ ଥମିବା ନାଁ ଧରୁନି। ସେ ନିଜ ପଦର ଦୂରପଯୋଗ କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ତାଙ୍କ ବାପାମା’ଙ୍କ ନାମରେ ଆସିଛି ଅଭିଯୋଗ । ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା ଅଭିଯୋଗ ହେବା ପରେ ଏନେଇ ରୁଜୁ ହୋଇଛି ମାମଲା ।

Advertisment

ଆଇଏଏସ୍‌ ମ୍ୟାଡମଙ୍କ ମା’ଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଉକ୍ତ ଭିଡିଓରେ ମନୋରମା ବନ୍ଧୁକ ଦେଖାଇ କିଛି ଲୋକଙ୍କୁ ଧମକାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଗତ ବର୍ଷର ବୋଲି ଜଣାଯାଇଛି। ବନ୍ଧୁକ ଦେଖାଇ ସେ କିଛି ଚାଷୀଙ୍କ ଜମି କବଜା କରିବା ନିମନ୍ତେ ସେମାନଙ୍କୁ ଧମକାଉଥିବା ଅଭିଯୋଗ ହୋଇଥିଲା।

ଉକ୍ତ ଦିନ ନିଜ ଘର ବାହାରେ ଥିବା ମିଡିଆ କର୍ମୀଙ୍କୁ ବି ସେ ଧମକାଉଥିବା ଦେଖିବାକୁ ମିଳିଥିଲା। ଏପରିକି ସେମାନଙ୍କ କ୍ୟାମେରା ଛଡ଼ାଇବାକୁ ଚେଷ୍ଟା କରି ମୋ’ ଝିଅ ଆତ୍ମହତ୍ୟା କଲେ ତମମାନଙ୍କୁ ଭିତରେ ପଶାଇବା ବୋଲି କହିଥିଲେ।

Advertisment

ପୂଜା ଖେଡକର ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଅଡ଼ି କାରକୁ ନେଇ ବିବାଦ ସାମ୍ନାକୁ ଆସିଛି। ପୂଜା ଖେଡକର ବ୍ୟବହାର କରୁଥିବା ଅଡ଼ି କାର୍ ବିରୁଦ୍ଧରେ ୨୧ଟି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ ରହିଛି।

ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ, ଯାହା ପ୍ରୋବେସନ ଅବଧି ସମୟରେ ମିଳିନଥାଏ। ଭିଆଇପି ନମ୍ବର ପ୍ଲେଟ୍ ସହ ଏକ ସରକାରୀ କାର୍, ଆବାସ, ପର୍ଯ୍ୟାପ୍ତ କର୍ମଚାରୀ ଥିବା ଏକ ସରକାରୀ କୋଠା ଏବଂ ଜଣେ କନଷ୍ଟେବଳ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂଜା ଖେଡକର। କେବଳ ଏତିକି ନୁହେଁ, ସେ ନିଜର ବ୍ୟକ୍ତିଗତ ଅଡ଼ି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ଏବଂ 'ମହାରାଷ୍ଟ୍ର ସରକାର' ବୋର୍ଡ ଲଗାଇଥିଲେ। ଏପରିକି ତାଙ୍କ ପଦବୀକୁ ସୁରକ୍ଷିତ ରଖିବା ପାଇଁ ଶାରୀରିକ ଅକ୍ଷମତା ବର୍ଗ ଏବଂ ଓବିସି କୋଟା ଅଧୀନରେ ଲାଭକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।

ନିଦ ପଦବୀର ଦୂରୁପୋଯୋଗ ଏବଂ ଟ୍ରେନି(ପ୍ରଶିକ୍ଷାର୍ଥୀ) ଅବଧିରେ ଥିବାବେଳେ ଭିଆଇପି ଷ୍ଟାଟସ୍ ମାଗି ଚର୍ଚ୍ଚାରେ ଥିବା ପୂଜାଙ୍କୁ ୱାଶିମକୁ ବଦଳି କରାଯାଇଛି।

Mumbai Puja Khedkar IAS Puja