Advertisment

ବଢ଼ିଲା ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ, ପୁଲିସ କଲା ସମନ

ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

ଅଦ୍ୟତନ ହୋଇଛି
Allu Arjun

Allu Arjun

Advertisment

ବଢ଼ିଲା ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ। ପୁଲିସ୍ କଲା ସମନ। ଆସନ୍ତାକାଲି ଦିନ ୧୧ଟାରେ ଥାନାରେ ହାଜର ହେବାକୁ ଦେଲା ନିର୍ଦ୍ଦେଶ।

Advertisment

‘ପୁଷ୍ପା-୨’ର ପ୍ରିମିୟର ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟଣାରେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ କରିଛି ସମନ। ଥାନାରେ ତାଙ୍କୁ ଏହି ଘଟଣା ନେଇ ପଚରାଉଚରା କରାଯିବ। 

ଗତ ୪ ତାରିଖରେ ଏହି ଘଟଣା ଘଟିଥିଲା। ସନ୍ଧ୍ୟା ଥିଏଟରକୁ ‘ପୁଷ୍ପା-୨’ର ପ୍ରିମିୟର ଶୋ’ ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୮ ବର୍ଷର ପୁଅ ୨୦ ଦିନ ହେଲାଣି କୋମାରେ ଅଛନ୍ତି।  

Advertisment

ଏହି ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୁଲିସ। ସେ ଗୋଟିଏ ଦିନ ଜେଲ୍‌ରେ ମଧ୍ୟ ରହିଥିଲେ। ତେଲଙ୍ଗାନା ହାଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇ ଡିସେମ୍ବର ୧୪ରେ ସେ ମୁକୁଳିଥିଲେ। 

ଏହା ସତ୍ତ୍ୱେ ଏହି ଘଟଣାକୁ ନେଇ ଚର୍ଚ୍ଚା କମି ନାହିଁଁ। ବଂର ଦିନକୁ ଦିନ ବିବାଦ ବଢୁଛି। ଏହି ଘଟଣା ଭିତରେ ରାଜନୀତି ପଶିଯାଇଛି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଏଆଇଏମ୍‌ଆଇଏମ୍ ବିଧାୟକ ଅକବରୁଦ୍ଦୀନ ଓୱେସୀ ଏହି ଘଟଣା ପାଇଁ ଅଲ୍ଳୁ ଅର୍ଜୁନଙ୍କୁ ଟାର୍ଗେଟ କରିଥିଲେ। ଓୱେସୀ କହିଥିଲେ ଯେ ଦଳାଚକଟା ଖବର ଅଲ୍ଲୁଙ୍କ ପାଖରେ ପହଞ୍ଚିବା ପରେ ସେ କହିଥିଲେ ଫିଲ୍ମ ହିଟ୍ ହେବ। ସେହିପରି ରେବନ୍ତ ରେଡ୍ଡୀ କହିଥିଲେ ଯେ ପୁଲିସ ଅନୁମତି ନଥିବା ସତ୍ତ୍ୱେ ଅଲ୍ଲୁ ଅର୍ଜୁନ ସେଠାକୁ ଯାଇଥିଲେ ଓ ଘଟଣା ଘଟିବା ପରେ ପୁଲିସ କହିବା ପରେ ବି ସେ ସେଠାରୁ ଯାଇ ନଥିଲେ। ଏଭଳି ଭାବେ ସମାଲୋଚିତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ଅଲ୍ଲୁ କହିଥିଲେ ଯେ ତାଙ୍କ ଚରିତ୍ର ସଂହାର କରାଯାଉଛି। ଏହି ଘଟଣା ନେଇ ତାଙ୍କ ବିଷୟରେ କେବଳ ଗୁଜବ ପ୍ରଚାର କରାଯାଉଛି। ଏହା ସହିତ ସେ ପୁଣି ଥରେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷମା ମାଗିଥିଲେ।

ପୁଷ୍ପା-୨ ଫିଲ୍ମର ନିର୍ମାତା ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି। ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଏହି ଘଟଣାରେ ଅଲ୍ଲୁଙ୍କର କୌଣସି ଭୂମିକା ନାହିଁ। ସେ କେସ୍ ଉଠାଇ ନେବାକୁ ରାଜି ଅଛନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅଲ୍ଲୁ ମୃତ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେଇଥିଲେ।  

Allu Arjun
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe