Advertisment

ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ନକଲି ରାସନ କାର୍ଡ ଦେଇଥିଲେ ପୂଜା ଖେଡକର

ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଭିନ୍ନକ୍ଷମ ସାର୍ଟିଫିକେଟ ଆଣିଥିବା ହସ୍ପିଟାଲକୁ ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ ଦେଇଥିବା ଜଣାପଡ଼ିଛି।

Puja Khedkar

Puja Khedkar

Advertisment

ଭୁଲ୍ ଠିକଣା ଏବଂ ନକଲି ରାସନ କାର୍ଡ ବ୍ୟବହାର କରି ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର। ଯେଉଁ ହସ୍ପିଟାଲରୁ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ, ସେଠାରେ ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ ଦେଇଥିବା ଜଣାପଡ଼ିଛି। 

Advertisment

ପଦବୀର ଦୂରୁପୋଯୋଗ ଅଭିଯୋଗରେ ନିକଟରେ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର ଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ମାମଲା ସାମ୍ନାକୁ ଆସୁଛି। ଗତକାଲି ତାଙ୍କ ଟ୍ରେନି କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ତାଙ୍କ ଜାଲିଆତି ଦସ୍ତାବିଜର ଆଉ ଏକ ଫର୍ଦ୍ଦ ସାମ୍ନାକୁ ଆସିଛି।

ଡକ୍ୟୁମେଣ୍ଟରେ ଦିଆ ଯାଇଥିବା ତଥ୍ୟ ଅନୁସାରେ, ପୂଜା ଖେଡକର ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଯଶବନ୍ତ ରାଓ ଚୌହ୍ୱାନ ମେମୋରିଆଲ (YCM) ହସ୍ପିଟାଲକୁ ତାଙ୍କ ଘର ଠିକଣା କହି 'ତାଲୱେଡର ପ୍ଲଟ ନମ୍ବର 53, ଦେହୁ-ଆଲନ୍ଦିର ଠିକଣା ଦେଇଥିଲେ। କିନ୍ତୁ ଏହି ଠିକଣା ବାସ୍ତବରେ ଏକ କମ୍ପାନୀର, ଯାହା ବର୍ତ୍ତମାନ ନିଷ୍କ୍ରିୟ ହୋଇଯାଇଛି। ଏହା ଆବାସିକ ସମ୍ପତ୍ତି ନୁହେଁ ବୋଲି ଯାଞ୍ଚ ସମୟରେ ଜଣାପଡ଼ିଛି।

Advertisment

ଆହୁରି ଜଣାଯାଇଛି ଯେ, ଏହି କମ୍ପାନୀ ଠିକଣା ବ୍ୟବହାର କରି ପୂଜା ଖେଡକର ନକଲି ରାସନ କାର୍ଡ ତିଆରି କରିଥିଲେ। ଏହି କାର୍ଡ ବ୍ୟବହାର କରି ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିଲେ। ଅଗଷ୍ଟ 24, 2022ରେ ସେ ଯେଉଁ ଭିନ୍ନକ୍ଷମ ସାର୍ଟିଫିକେଟ ବାହର କରିଥିଲେ, ସେଥିରେ ତାଙ୍କ ଆଣ୍ଠୁରେ 7 ପ୍ରତିଶତ ଅକ୍ଷମତା ଥିବା ଦର୍ଶାଯାଇଛି। 

କେବଳ ଏତିକି ନୁହେଁ, ଏହି କମ୍ପାନୀ ଠିକଣାରେ ମଧ୍ୟ ପୂଜା ଖେଡକରଙ୍କ ଅଡ଼ି କାର୍ ପଞ୍ଜିକୃତ ହୋଇଛି। ତେବେ ଖେଡକର ଆବାସିକ ସମ୍ପତ୍ତି ନଥିବା ଏକ ଠିକଣାକୁ ଏକାଧିକ ପ୍ରମାଣପତ୍ରରେ ବ୍ୟବହାର କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ କାହିଁକି ନିଜର ପୈତୃକ ଠିକଣ ବ୍ୟବହାର କରୁନଥିଲେ ତାହା ତଦନ୍ତ ସାପେକ୍ଷ। 

Misuse Of Power Puja Khedkar Ias Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe