ରାଜବୀର
ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାଶୁଣା ପଞ୍ଜାବୀ ଗାୟକ ରାଜବୀର ଜୱନ୍ଦାଙ୍କର ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଥିଲା।
୧୧ ଦିନ ତଳେ ଅର୍ଥାତ୍ ଗତ ସେପ୍ଟେମ୍ବର ୨୭ ତାରିଖରେ ହିମାଚଳ ପ୍ରଦେଶରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ରାଜବୀର। ସେ ବାଇକ୍ରେ ଶିମଲା ଅଭିମୁଖେ ଯାଉଥିବା ବେଳେ ସୋଲାନ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ପଞ୍ଜାବର ମୋହାଲି ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାଜବୀର ବାହା ହୋଇଥିଲେ। ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।
ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅମରିନ୍ଦ୍ରର ସିଂହ ରାଜା ତାଙ୍କ ‘ଏକ୍ସ’ରେ ରାଜବୀରଙ୍କ ମୃତ୍ୟୁ ଖବର ଶେଆର କରିଛନ୍ତି। ସେ ଲେଖିଛନ୍ତି, ରାଜବୀରଜୀଙ୍କ ମୃତ୍ୟୁରେ ମୁଁ ବହୁତ ଦୁଃଖୀ। ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆମେ ସମସ୍ତେ ପ୍ରାର୍ଥନା କରୁଥିଲୁ। କିନ୍ତୁ ଭଗବାନଙ୍କର କିଛି ଅଲଗା ଇଚ୍ଛା ଥିଲା। ମୁଁ ତାଙ୍କ ପରିବାର, ବନ୍ଧୁବାନ୍ଧବ ଓ ଫ୍ୟାନଙ୍କ କଥା ଭାବି ଭାରି ଦୁଃଖିତ। ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମୁଁ ପ୍ରାର୍ଥନା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/08/rajvir-2025-10-08-12-22-49.jpg)