Advertisment

୫୨ ବର୍ଷ ବିତିଗଲା ମୋର ଘର ଖଣ୍ଡେ ନାହିଁ: ରାହୁଲ ଗାନ୍ଧି

ସେ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସମୟରେ ମୁଁ ବହୁତ କିଛି ଶିଖିଛି।

ଅଦ୍ୟତନ ହୋଇଛି
undefined

Rahul Gandhi

Advertisment

ନିକଟରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରାରେ ମୁଁ ଅନେକ କିଛି ଶିଖିଛି। ଏହି ଯାତ୍ରା ସମୟରେ ମୁଁ ସମାଜର ସବୁ ବର୍ଗର ଲୋକଙ୍କୁ ଭେଟିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି ଯେ, ଭାରତ ଯୋଡ଼ୋ ଯାତ୍ରା ସମୟରେ ମୁଁ ବହୁତ କିଛି ଶିଖିଛି। ମୁଁ କନ୍ୟାମୁକାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଦେଶ ପାଇଁ ଚାଲିଛି । ଏହି ଯାତ୍ରା ସମୟରେ ହଜାର ହଜାର ଲୋକ ଏବଂ ଅନ୍ୟ ଦଳର ନେତାଙ୍କ ସହ ଯୋଡି ହୋଇଥିଲି। ମୁଁ କୃଷକଙ୍କ ସମସ୍ତ ସମସ୍ୟା ଶୁଣିଲି ଏବଂ ସେମାନଙ୍କ ଯନ୍ତ୍ରଣା ଅନୁଭବ କଲି। ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ଅଧିବେଶନରେ ସେ ଏହା କହିଛନ୍ତି। ରାହୁଲଙ୍କ ଭାରତଯୋଡ଼ୋ ଯାତ୍ରା ୨୦୨୨ରେ ସେପ୍ଟେମ୍ବର ୭ରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ୧୨ ଟି ରାଜ୍ୟ ଦେଇ ଯାଇ ଜମ୍ମୁ କଶ୍ମୀରରେ ଶେଷ ହୋଇଥିଲା। ଏହି ୪ ମାସ ଭିତରେ ସେ ପ୍ରାୟ ୪୦୦୦କିଲୋମିଟର ଦୂରତା ଅତିକ୍ରମ କରିଥିଲେ।ସେ ତାଙ୍କ ଯାତ୍ରା ଶେଷ କରିଥିବା ଜମ୍ମୁ କଶ୍ମୀର ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ, ସେଠାରେ ପହଞ୍ଚିବା ପରେ ସେ ନିଜ ଘରେ ଥିବା ଭଳି ଅନୁଭବ କରିଥିଲେ। ସେ ଆହୁରୀ କହିଛନ୍ତି ଯେ, ମୋତେ ୫୨ ବର୍ଷ ବିତିଗଲାଣି।

Advertisment

ତଥାପି ଘର ଖଣ୍ଡେ ନାହିଁ। କିନ୍ତୁ ଯେତେବେଳେ ମୁଁ କଶ୍ମୀରରେ ପହଞ୍ଚିଲି, ସେତେବେଳେ ଏହା ମୋର ନିଜ ଘର ଭଳି ଲାଗିଲା। ଏହି ଯାତ୍ରା ସବୁ ଜାତି ଏବଂ ସମସ୍ତ ବୟସ ବର୍ଗର ଲୋକଙ୍କୁ ଗୋଟିଏ ପରିବାର ଭଳି ଅନୁଭବ ଦେଇ ପାରିଛି। ଲୋକମାନେ ମୋ ସହ ରାଜନୈତିକ କଥାବାର୍ତ୍ତା କରୁନଥିଲେ। ମୁଁ କାଶ୍ମୀରରେ ପହଞ୍ଚିବା ପରେ ସବୁ କିଛି ପରିବର୍ତ୍ତନ ଅନୁଭବ କଲି। ଏହି ପଦଯାତ୍ରା ଭାରତକୁ ଏକଜୁଟ ଏବଂ ଶକ୍ତିଶାଳି କରିବାର ଉଦ୍ଦେଶ୍ୟ ଥିଲା। ସେହିପରି ଏହି ପଦଯାତ୍ରା ବେକାରୀ ଏବଂ ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା

ଯାତ୍ରା ଆରମ୍ଭ ପୂର୍ବରୁ ମୋତେ ଲାଗୁଥିଲା  ମୁଁ ବହୁତ ଫିଟ୍ ମଣିଷ। ସହଜରେ ମୁଁ ୨୦-୨୫ କିଲୋମିଟର ଚାଲିପାରିବି। ହେଲେ ଏହି ଯାତ୍ରା ସମୟରେ ମୋର ପୁରୁଣା ଯନ୍ତ୍ରଣା ଫେରିଥିଲା। କଲେଜରେ ଫୁଟବଲ ଖେଳୁଥିବା ବେଳେ ମୋ ଆଣ୍ଠୁରେ ଆଘାତ ଲାଗିଥିଲା। ସମୟ ସହ ଯନ୍ତ୍ରଣା କମ ହୋଇଥିବା ବେଳେ ଭାରତ ଯୋଡୋ ଯାତ୍ରା ସମୟରେ ଯନ୍ତ୍ରଣା ପୁଣି ଆରମ୍ଭ ହୋଇଥିଲା। ମୋ କର୍ମୀମାନେ ମୋ ପରିବାର ତେଣୁ ଆପଣଙ୍କୁ ଏସବୁ କହୁଛି। ସବୁବେଳେ ସକାଳୁ ଉଠି କେମିତି ଚାଲିବି ବୋଲି ଭାବୁଥିଲି। ମୁଁ ବହୁତ ଫିଟ ବୋଲି ଯେଉଁ ଅହଙ୍କାର ଥିଲା, ମାତ୍ର ୧୦-୧୫ଦିନ ମଧ୍ୟରେ ମୋ ଅହଙ୍କାର ଭାଙ୍ଗିଗଲା।​​

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe