Advertisment

ସଂସଦରେ ନିଜର ପକ୍ଷ ରଖିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧି, ପୁଣି ବାଚସ୍ପତିଙ୍କୁ ଚିଠି ଲେଖିଲେ

ତାଙ୍କ ବିରୋଧରେ ୪ ଜଣ ମନ୍ତ୍ରୀ ଲୋକସଭାରେ ଆଣିଥିବା ଭିତ୍ତିହୀନ ଓ ଏକପାଖିଆ ଅଭିଯୋଗ ସମ୍ପର୍କରେ ରାହୁଲ ପକ୍ଷ ରଖିବାକୁ ଚାହୁଁଛନ୍ତି।

Rahul Gandhi

Rahul Gandhi

Advertisment

ଲଣ୍ଡନରେ ଦେଶର ଗଣତନ୍ତ୍ର ଉପରେ ମତ ରଖି ବିଜେପିର ଫାୟାର ରେଞ୍ଜରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣିଥରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ବିରୋଧରେ ୪ ଜଣ ମନ୍ତ୍ରୀ ଲୋକସଭାରେ ଆଣିଥିବା ଭିତ୍ତିହୀନ ଓ ଏକପାଖିଆ ଅଭିଯୋଗ ସମ୍ପର୍କରେ ରାହୁଲ ପକ୍ଷ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ବାଚସ୍ପତି ତାଙ୍କୁ ଅନୁମତି ଦିଅନ୍ତୁ ବୋଲି ସେ ଚିଠି ଲେଖି ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ନିୟମ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ରାହୁଲ ଗାନ୍ଧି କହିଛନ୍ତି।

Advertisment

କନଭେନସନ୍ସ ଅଫ ପାର୍ଲାମେଣ୍ଟ ପ୍ରାକ୍ଟିସ, ସମ୍ବିଧାନରେ ଥିବା ନାଚ୍ୟୁରାଲ ଜଷ୍ଟିସ ଓ ଗୃହ ପରିଚାଳନା ଆଇନର ଧାରା ୩୫୭ ଅନଯାୟୀ ରାହୁଲ ଗାନ୍ଧି ନିଜର ପକ୍ଷ ରଖିବାକୁ ଅନୁମତି ମାଗିଛନ୍ତି। ଏହି ନିୟମ ଅନୁସାରେ ଜଣେ ସଦସ୍ୟ ବାଚସ୍ପତିଙ୍କ ଅନୁମତିକ୍ରମେ ଗୃହ ଆଗରେ ପ୍ରଶ୍ନ ନଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ନିଜର ସ୍ପଷ୍ଟୀକରଣ ରଖିପାରିବେ। ତେଣୁ ମୋତେ ମଧ୍ୟ ନିଜର ପକ୍ଷ ରଖିବାକୁ ଅନୁମତି ଦିଆଯାଉ। ଏହାକୁ ନେଇ କୌଣସି ବିତର୍କର ଆବଶ୍ୟକ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ରାହୁଲ ଗାନ୍ଧି କହିଛନ୍ତି ଯେ ଶାସକ ଦଳର ସଦସ୍ୟମାନେ ତାଙ୍କ ବରୋଧରେ ଅତ୍ୟନ୍ତ ଅପାମନଜନକ ଦାବି ଉଭୟ ଗୃହ ଭିତରେ ଓ ବାହାରେ କରିଛନ୍ତି। ତେଣୁ ଏହାର ଜବାବ ଦେବାକୁ ସେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦିଅନ୍ତୁ। ତତ୍କାଳୀନ ମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ରବି ଶଙ୍କର ପ୍ରସାଦଙ୍କ କ୍ଷେତ୍ରରେ ପୂର୍ବରୁ ଏପରି ନିୟମ ଲାଗୁ ହୋଇଥିଲା।

Advertisment

ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ରବି ଶଙ୍କର ପ୍ରସାଦଙ୍କୁ ସ୍ପଷ୍ଟୀକରଣ ରଖିବାକୁ ଅନୁମତି ମିଳିଥିଲା। ଏହାବାଦ ଲୋକସଭା ଡିଜିଟାଲ ଲାଇବ୍ରେରୀରେ ଏଭଳି ଅନେକ ଉଦାହରଣ ପଡ଼ି ରହିଛି ବୋଲି ରାହୁଲ କହିଛନ୍ତି।

ଗୋଟିଏ ସପ୍ତାହ ହେଲାଣି ସଂସଦର କାର୍ଯ୍ୟ ହଟ୍ଟଗୋଳ ଯୋଗୁ ଚାଲି ପାରୁନି। ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନକୁ ନେଇ ବିଜେପି ତାଙ୍କର କ୍ଷମା ଦାବି କରି ହଟ୍ଟଗୋଳ କରୁଛି। ଅନ୍ୟପଟେ ଆଦାନି-ହିଣ୍ଡେନବର୍ଗ ରିପୋର୍ଟର ତଦନ୍ତ ଦାବି କରି ବିରୋଧୀ ନାରାବାଜୀ କରୁଛନ୍ତି। ଏହି କାରଣରୁ ଆଜି ମଧ୍ୟ ଉଭୟ ସଦନକୁ ମୁଲତବୀ କରାଯାଇଛି।

Congress Rahul Gandhi Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe