Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ଜଣାପଡ଼ିଲା ମୂଳ କାରଣ

ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଛି ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଗଣମାଧ୍ୟମକୁ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଆଉ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

Advertisment

ରେଳ ମନ୍ତ୍ରୀ କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି। ଏବେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଆଉ ଏଥିପାଇଁ କେଉଁମାନେ ଦାୟୀ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। କବଚ ର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସିଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସିଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

Advertisment

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁର୍ଘଟଣାସ୍ଥଳ ପରିଦର୍ଶନରେ ଆସିଥିଲେ। ତାଙ୍କ ନିର୍ଦ୍ଦେଶ ଅନୁସାରେ ମରାମତି କାମ ଜୋରସୋରରେ ଚାଲିଛି। ଗୋଟିଏ ଟ୍ରାକର ମରାମତି କାମ ପ୍ରାୟ ଶେଷ ହୋଇଯାଇଛି। ବିଦ୍ୟୁତୀକରଣ କାମ ମଧ୍ୟ ଜୋରସୋରରେ ଚାଲିଛି। ଆଜି ଗୋଟିଏ ଟ୍ରାକକୁ ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ ଗୁଡ଼ିକର ବଗିଗୁଡ଼ିକୁ ରେଳ ଧାରଣାରୁ ହଟାଇ ଦିଆଯାଇଛି। ସମସ୍ତ ମୃହଦେହକୁ ମଧ୍ୟ ଉଦ୍ଧାର କରାଯାଇସାରିଛି। ପୂରା ଅପରେସନ ତ୍ୱରିତ ବେଗରେ ଚାଲିଛି। ବୁଧବାର ସକାଳ ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଏହି ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି।

ଗତକାଲି ଠାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ କରି ଅଛନ୍ତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି।

Train Accident Ashwini Vaishnaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe