Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଲା ବେଲ୍

ଗତକାଲି ଶିବସେନା ନେତାଙ୍କ ପୁଅଙ୍କ BMW କାର୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

BMW Car

BMW Car

Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ଦୁର୍ଘଟଣା ମାମଲାରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଛି ବେଲ୍। ମୁଖ୍ୟ ଅଭିଯୁକ୍ତ ରାଜେଶଙ୍କ ପୁଅ ମିହିର ଶାହ ଫେରାର୍ ଥିବାବେଳେ ସେ ଜାମିନ ପାଇଛନ୍ତି। ଗତକାଲି ମିହିରଙ୍କ BMW କାର୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ମାମଲାରେ ପୁଲିସ ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟରେ ହାଜର କରା ଯାଇଥିଲା। ଏ ଉପରେ ବିଚାର କରି କୋର୍ଟ ଆଜି ପ୍ରଥମେ ରାଜେଶ ଶାହଙ୍କୁ ଜୁଲାଇ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। କିନ୍ତୁ ପରେ ୧୫ ହଜାର ଟଙ୍କାର ଜାମିନ ବଣ୍ଡ୍ ବଦଳରେ ବେଲ୍ ଦେଇଥିବା ରାଜେଶଙ୍କ ଓକିଲ କହିଛନ୍ତି।

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)। ସେ ରବିବାର ସକାଳେ BMW କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ।

Advertisment

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରୁଛି। ସେ ଦୁର୍ଘଟଣା ଘଟାଇବା ପୂର୍ବରୁ ପବରେ ମଦ୍ୟପାନ କରିଥିବା ପୁଲିସ ଅଭିଯୋଗ କରିଛି।

ଏପରିକି ରାଜେଶ ଶାହ କୋର୍ଟରେ ହାଜର ହେବା ସମୟରେ ପୁଲିସ ଆହୁରି ଅଭିଯୋଗ କରିଛି ଯେ, ସେ ପୁଅକୁ ବଞ୍ଚାଇବା ପାଇଁ ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଦେବାକୁ ଚେଷ୍ଟା କରିଥିଲେ। ଦୁର୍ଘଟଣା ଘଟାଇବା ପରେ ପୁଅକୁ କଲ୍ କରି ଡ୍ରାଇଭର ସିଟ୍ ବଦଳାଇ ଅନ୍ୟ ସିଟକୁ ପଳାଇବାକୁ ପରାମର୍ଶ ଦେଇଥିବା ପୁଲିସ କହିଛି।  

BMW Crash Shiv Sena Leader Mumbai Hit And Run Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe