Advertisment

IPS officer : ଆଇପିଏସ୍‌ ଅଧିକାରୀଙ୍କ ଆତ୍ମହତ୍ୟା: ବିଦା ହେଲେ ଏସପି

ନରେନ୍ଦ୍ରଙ୍କୁ ପଦରୁ ହଟାଇ ରୋହତକର ଏସ୍‌ପି ଭାବେ ସୁରିନ୍ଦର ସିଂହ ଭୋରିଆଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ନରେନ୍ଦ୍ର ଏବେ କୌଣସି ପଦପଦବୀ ମିଳିନାହିଁ। ଅର୍ଥାତ ତାଙ୍କୁ ଏବେ ବାଧ୍ୟତାମୂଳକ ଭାବେ ଘରେ ବସାଇ ଦିଆଯାଇଛି।

IPS

ନରେନ୍ଦ୍ର ଓ ପୂରନ କୁମାର (ଫାଇଲ ଫଟୋ)

Advertisment

ହରିୟାଣ(Haryana)ର ବରିଷ୍ଠ ପୁଲିସ୍‌ ଅଧିକାରୀ ତଥା ରୋହତକର ଏସ୍‌ପି ନରେନ୍ଦ୍ର ବିଜାରନିୟାଙ୍କ ଅଡ଼ୁଆ ବଢ଼ିଛି। ଆଇପିଏସ୍‌(Ips) ୱାଇ ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାର ପରେ ତାଙ୍କୁ ଏସ୍‌ପି ପଦରୁ ହଟାଇ ଦିଆଯାଇଛି। ଆଇପିଏସ୍‌ ପୂରନ କୁମାରଙ୍କ ଆତ୍ମହତ୍ୟା ଘଟଣାରେ ରୁଜୁ ମାମଲାରେ ନରେନ୍ଦ୍ର ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ। ତେଣୁ ତାଙ୍କ ବିରୋଧରେ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

Advertisment

ନରେନ୍ଦ୍ରଙ୍କୁ ପଦରୁ ହଟାଇ ରୋହତକର ଏସ୍‌ପି ଭାବେ ସୁରିନ୍ଦର ସିଂହ ଭୋରିଆଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ନରେନ୍ଦ୍ର ଏବେ କୌଣସି ପଦପଦବୀ ମିଳିନାହିଁ। ଅର୍ଥାତ ତାଙ୍କୁ ଏବେ ବାଧ୍ୟତାମୂଳକ ଭାବେ ଘରେ ବସାଇ ଦିଆଯାଇଛି। 

ଆଇପିଏସ୍‌ ପୂରନ କୁମାରଙ୍କ ପତ୍ନୀ ଅମନୀତ ପୂରନ କୁମାର ହେଉଛନ୍ତି ଜଣେ ଆଇପିଏସ୍‌(Ias) ଅଫିସର। ସେ ବିଧିବଦ୍ଧ ଭାବେ ସ୍ୱାମୀଙ୍କ ଆତ୍ମହତ୍ୟା ପଛରେ ଡିଜିପି ଶତ୍ରୁଜିତ କପୁର, ରୋହିତକ ଏସ୍‌ଏସ୍‌ପି ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ନାଁରେ ଅଭିଯୋଗ କରିଥିଲେ। ଏହାପରେ ସରକାର ରୋହତକ ଏସ୍‌ପିକୁ ପଦରୁ ବିଦା କରିଦେଇଛନ୍ତି। 

Advertisment

ନିଜର ଅଭିଯୋଗରେ ଅମନୀତି କହିଥିଲେ ଯେ ସୁଇସାଇଡ ନୋଟରେ ଥିବା ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଏଫଆଇଆର ରୁଜୁ କରାଯାଉ। ଏଥିସହ ପରିବାର ଲୋକଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଆଯାଉ ବୋଲି ସେ କହିଥିଲେ। ତାଙ୍କ ଅଭିଯୋଗ ପରେ ୧୩ ଜଣ ଅଧିକାରୀଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି। 

ପୂରନ କୁମାରଙ୍କ ପତ୍ନୀଙ୍କୁ ଚିଠି ଲେଖିଲେ ସୋନିଆ ଗାନ୍ଧି 

କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧି ଆଜି ଅମନୀତ କୁମାରଙ୍କୁ ଗୋଟିଏ ଚିଠି ଲେଖିଛନ୍ତି। ବରିଷ୍ଠ ଦଳିତ ପ୍ରଶାସନ ଅଧିକାରୀ କେମିତି ସାମାଜିକ ସମାନତାରୁ ବଞ୍ଚିତ ହେଉଛନ୍ତି, ସେକଥା ପୂରନ କୁମାରଙ୍କ ମୃତ୍ୟୁ ମନେପକାଇ ଦେଇଛି।

ଭୂପିନ୍ଦର ସିଂହ ହୁଡା, ରଣଦୀପ ସୂର୍ଯ୍ୟେୱାଲା ଓ ରାହୁଲ ଗାନ୍ଧି ପ୍ରମୁଖ ଘଟଣାରେ ତ୍ୱରିତ ନ୍ୟାୟ ମାଗିଛନ୍ତି। ଦଳିତ ସଂଗଠନର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନିଙ୍କ ବାସଭବନ ନିକଟରେ ଏକାଠି ହୋଇ ଡିଜିପି, ଏସ୍‌ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି। 

ନିଜକୁ ନିଜେ ଗୁଳି କରିଥିଲେ ପୂରନ କୁମାର 

ଅକ୍ଟୋବର ୭ରେ ୱାଇ ପୂରନ କୁମାର ଚଣ୍ଡିଗଡ଼ ସ୍ଥିତ ଘରେ ନିଜକୁ ନିଜେ ଗୁଳି କରି ଜୀବନ ହାରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ୯ ପୃଷ୍ଠାର ସୁଇସାଇଡ ନୋଟରେ ୧୨ ଜଣ ଅଧିକାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଥିଲେ।

ସୁଇସାଇଡ ନୋଟ ସହ ସେ ନିଜ ସମ୍ପତ୍ତି ସଂକ୍ରାନ୍ତ କାଗଜପତ୍ର ନିଜ ପତ୍ନୀଙ୍କୁ ପଠାଇଥିଲେ। ଏହାପରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। 

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ପାଇଁ ଆଇଜି ପୁଷ୍ପେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଏସ୍‌ଆଇଟି ଗଠନ କରାଯାଇଛି। 

Ips Ias Haryana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe