Advertisment

Suicide: ସହିପାରିଲେନି କୋଚ୍‌ଙ୍କ ନିର୍ଯାତନା, ଝୁଲି ପଡ଼ିଲେ ଛାତ୍ରୀ

ମୌଲିକାଙ୍କ ବାପା ଦାଖଲ କରିଥିବା ଅଭିଯୋଗରେ ଘଟଣା ପାଇଁ ଝିଅର ଭଲିବଲ କୋଚ ଅମ୍ବାଜୀ ନାଏକଙ୍କୁ ଦାୟୀ କରିଛନ୍ତି। ଅମ୍ବାଜୀ ନାଏକ ତାଙ୍କୁ ନିୟମିତ ନିର୍ଯାତନା ଦେଉଥିଲେ। ଏଥିସହ ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

Suicide

ଜୀବନ ହାରିଥିବା ଛାତ୍ରୀ (ଫାଇଲ ଫଟୋ)

Advertisment

କଲେଜରେ ପାଠ ପଢ଼ୁଥିଲେ। ପଢ଼ାପଢ଼ି ସହ ଭଲିବଲ ବଲ ବି ଖେଳୁଥିଲେ। ସମୟକ୍ରମେ ଭଲିବଲ କୋଚଙ୍କ ନିର୍ଯାତନା ବଢ଼ିବାରେ ଲାଗିଥିଲା। ପ୍ରେମ ସମ୍ପର୍କକୁ ନେଇ କୋଚ ଜଣଙ୍କ ନିୟମିତ ଭାବେ ଛାତ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଶେଷରେ ହତାଶ ଓ ନିରାଶ ହୋଇ ଆତ୍ମହତ୍ୟା(Suicide) ଭଳି ଚରମ ପଦକ୍ଷେପ ନେଇଛନ୍ତି ଜଣେ ୧୯ ବର୍ଷୀୟ ଛାତ୍ରୀ। ସେ ବେକରେ ଓଢ଼ଣୀ ବାନ୍ଧି ନିଜ ଘରେ ଝୁଲି ପଡ଼ିଛନ୍ତି। 

Advertisment

ମୃତକ ଜଣଙ୍କ ହେଲେ ୧୯ ବର୍ଷୀୟ ମୌଲିକା। ସେ ହାଇଦ୍ରାବାଦ(Hyderabad)ର ତାରନାକାରେ ଥିବା ରେଳବାଇ ଡିଗ୍ରୀ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ଏଥିସହ ସେଠାରେ ଭଲିବଲ କୋଚିଂ ନେଉଥିଲେ। ମୌଲିକାଙ୍କ ବାପା ଦାଖଲ କରିଥିବା ଅଭିଯୋଗରେ ଘଟଣା ପାଇଁ ଝିଅର ଭଲିବଲ କୋଚ ଅମ୍ବାଜୀ ନାଏକଙ୍କୁ ଦାୟୀ କରିଛନ୍ତି। ଅମ୍ବାଜୀ ନାଏକ ତାଙ୍କୁ ନିୟମିତ ନିର୍ଯାତନା ଦେଉଥିଲେ। ଏଥିସହ ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। 

ଏପରି ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲାଲାଗୁଡ଼ା ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ କହିଛନ୍ତି, “ଏଯାଏ କୌଣସି ସୁଇସାଇଡ ନୋଟ କିମ୍ବା ଭିଡିଓ ମିଳିନାହିଁ। ପୀଡ଼ିତା ଜଣଙ୍କ ନିର୍ଯାତନା ସମ୍ପର୍କରେ ପରିବାର ବର୍ଗଙ୍କୁ କିଛି ବି କହି ନଥିଲେ।

Advertisment

କିନ୍ତୁ ତାଙ୍କ ସାଙ୍ଗମାନେ ନିର୍ଯାତନା ଓ ପ୍ରେମ ସମ୍ପର୍କ କଥା କହିଛନ୍ତି। ଏହାକୁ ଆଧାର କରି ପୀଡ଼ିତାଙ୍କ ବାପା ଅଭିଯୋଗ ଦାଖଲ କରିଛନ୍ତି। ପୂରା ଘଟଣାର ତଦନ୍ତ ପାଇଁ ଦୁଇଟି ସ୍ପେଶାଲ ଟିମ ଗଠନ କରାଯାଇଛି।” 

ପୁଲିସ୍‌ ଏବେ କୋଚ ଅମ୍ବାଜୀ ନାଏକଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି। ହେଲେ ସେ କାହିଁକି ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ, ସେକଥା ସ୍ପଷ୍ଟ ହୋଇନି।

ସେ ପ୍ରକୃତରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ କି ନାହିଁ, ତା’ର ମଧ୍ୟ ଯାଞ୍ଚ ହେଉଛି। ଏହାବାଦ ଘଟଣାର ଭିନ୍ନଭିନ୍ନ ଦିଗ ଉପରେ ମଧ୍ୟ ପୁଲିସ୍‌ର ନଜର ରହିଛି। ପୀଡ଼ିତାଙ୍କ କିଛି ସାଙ୍ଗ ଓ ଭଲିବଲ ଖେଳାଳିଙ୍କୁ ମଧ୍ୟ ପୁଲିସ୍‌ ଜେରା କରିପାରେ। 

Suicide Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe