Advertisment

ଇଡି ମୁଖ୍ୟଙ୍କ କାର୍ଯ୍ୟ ଅବଧି ବୃଦ୍ଧିକୁ ଯର୍ଥାଥ ଦର୍ଶାଇଲେ କେନ୍ଦ୍ର ସରକାର, ସୁପ୍ରିମକୋର୍ଟ କଲେ ଏମିତି ପ୍ରଶ୍ନ

ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ କରାଯାଇଥିଲା।

ED

ED

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯକାଳ ତୃତୀୟ ଥର ବୃଦ୍ଧି କରିଥିବା କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏହାକୁ ଯର୍ଥାଥ ଦର୍ଶାଇଛନ୍ତି। ଇଡି ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସବୁ ପ୍ରକାରର ଯୁକ୍ତିସଂଗତ ସୀମକ୍ଷା ପରେ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଫାନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ) ଏହାର ସମୀକ୍ଷା କରିଛି ଓ ସେ ଚଳିତ ବର୍ଷ ନଭେମ୍ବରରେ ଅବସର ଗ୍ରହଣ କରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

Advertisment

ଶ୍ରୀ ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଥିବାରୁ ଏହା ବିରୋଧରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ କରାଯାଇଥିଲା। ଆଜି ଏହାର ଶୁଣାଣି ଜଷ୍ଟିସ ବିଆର ଗାଭାଇ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସଞ୍ଜୟ କାର୍ଲୋଙ୍କ ଖଣ୍ଡପୀଠ କରିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣ କରିଥିଲେ। ଏହାପରେ ନିଜର ରାୟକୁ ସଂରକ୍ଷଣ ରଖିଥିଲେ। ଖଣ୍ଡପୀଠ ବିଭିନ୍ନ ପକ୍ଷଙ୍କୁ ସେମାନଙ୍କ ଲିଖିତ ଜବାବ ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, “ଏହି ଅଫିସର କୌଣସି ରାଜ୍ୟର ଡିଜିପି ନୁହନ୍ତି। କିନ୍ତୁ ଜାତିସଂଘ ସଂସ୍ଥା ଭଳି ଅଧିକାରୀ ଜଣଙ୍କ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। କୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ହସ୍ତକ୍ଷେପ କରିବା ଉଚିତ ନୁହେଁ। କାରଣ ନଭେମ୍ବର ପରଠାରୁ ସେ ଆଉ ଏହି ପଦବୀରେ ନଥିବେ। ଦେଶରେ ଏଫଏଟିଏଫର ସୀମାକ୍ଷା କରାଯାଇ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏଥିପାଇଁ କିଛି ଗାଇଡଲାଇନ ରହିଛି, ଯାହାକୁ ପାଳନ କରିବାର ଆବଶ୍ୟକ ରହିଛି।”

Advertisment

ଏଫଏଟିଏଫ ଗୋଟିଏ ବିଶ୍ୱସ୍ତରୀୟ ମନିଲଣ୍ଡରିଂ ଓ ଆତଙ୍କବାଦୀ ଫାନାନ୍ସିଂ ୱାଚଡଗ୍‌। ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଅନ୍ତର୍ଜାତୀୟ ସ୍ତରର କିଛି ମାନଦଣ୍ଡ ନିର୍ଦ୍ଧାରଣ କରିଥାଏ।

ତୁଷାର ମେହେଟା ଆହୁରି କହିଛନ୍ତି, “ଶ୍ରୀ ମିଶ୍ରା ମନି ଲଣ୍ଡରିଂ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦାରଖ କରୁଛନ୍ତି। ଦେଶର ସ୍ୱାର୍ଥ ପାଇଁ ତାଙ୍କ କାର୍ଯ୍ୟକାଳ ଜାରି ରହାର ଦରକାର ଥିଲା। ଏହି ବ୍ୟକ୍ତି ଜଣଙ୍କ ୨୦୨୩ ନଭେମ୍ବର ପରେ ଆଉ ପଦବୀରେ ନଥିବେ। ୨୦୧୯ରେ ସମୀକ୍ଷା ହେବାର ଥିଲା। କିନ୍ତୁ କୋଭିଡ ୧୯ ଯୋଗୁ ଏହା ସ୍ଥଗିତ ରହିଥିଲା।

୨୦୨୩ରେ କିନ୍ତୁ ସମୀକ୍ଷା ହୋଇଛି। ୧୮ ମାସ ମଧ୍ୟରେ ମନି ଲଣ୍ଡରିଂ, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଇତ୍ୟାଦି ରୋକିବାକୁ ନିଆଯାଇଥିବା ପଦକ୍ଷେପକୁ ଯାଞ୍ଚ କରାଯାଇଛି। ପ୍ରତି ସଦସ୍ୟ ରାଷ୍ଟ୍ର ଏହି ପ୍ରକ୍ରିୟା ଦେଇ ଗତି କରନ୍ତି। ଭାରତ ମଧ୍ୟ ୪ର୍ଥ ରାଉଣ୍ଡ ମିଳିତ ସମୀକ୍ଷା କରିଛି।”

୩ ଘଣ୍ଟାର ଶୁଣାଣି ବେଳେ ଖଣ୍ଡପୀଠ ପଚାରିଥିଲେ ଯେ “କ’ଣ ଜଣେ ବ୍ୟକ୍ତିଙ୍କୁ ବାଦ ଦେଲେ ଇଡି ପ୍ରଭାବହୀନ ହୋଇଯିବ?”

ମେହେଟା ଏହାର ଜବାବ ଦେଇ କହିଥିଲେ ଯେ ନେତୃତ୍ୱ ନିଶ୍ଚିତ କିଛି ପ୍ରଭାବ ପକାଇଥାଏ।

ED Raid Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe