Advertisment

IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ

ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା।

ଅଦ୍ୟତନ ହୋଇଛି
Puja Khedkar

Puja Khedkar

Advertisment

ଆଗକୁ ଟ୍ରେନିଂ ନେଇ ପାରିବେନି ପୂଜା ଖେଡକର ! ବିବାଦ ମଧ୍ୟରେ ପ୍ରୋବେସନାରୀ IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି।

Advertisment

ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ପଦବୀର ଦୂରୁପୋଯୋଗ ଅଭିଯୋଗରେ ଖେଡକରଙ୍କୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା। ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ପାସ୍ କରିଥିବା ଅଭିଯୋଗ ପରେ ବିବାଦ ଆହୁରି ତୀବ୍ର ହୋଇଥିଲା।

ବର୍ତ୍ତମାନ ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ(LBSNAA), ମସୌରୀ ପକ୍ଷରୁ ତାଙ୍କ ଟ୍ରେନିଂ କାର୍ଯ୍ୟକ୍ରମକୁ ସ୍ଥଗିତ କରଖାଯାଇଛି।  ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀ ଆସିବାକୁ କୁହାଯାଇଛି।

Advertisment

ପ୍ରକାଶ ଥାଉକି, ଗତ ବର୍ଷ UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କ (AIR) ୮୪୧ ପାଇ ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ ପୂଜା ଖେଡକର । କିନ୍ତୁ ନିକଟରେ ଭିଆଇପି ଷ୍ଟାଟସ୍ ମାଗିବା ସହ ବ୍ୟକ୍ତିଗତ ଅଡ଼ି କାରରେ ନାଲି ବତୀ ଲଗାଇବାକୁ ନେଇ ତାଙ୍କୁ ୱାଶିମକୁ ବଦଳି କରା ଯାଇଥିଲା। ଏହାପରେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆସିଥିଲା।

ସେ ଜାଲ୍ ଓବିସି ସାର୍ଟିଫିକେଟ ସହ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ସେ ଟ୍ରେନିଂ ନେଉଥିବା ମସୌରୀର ଲାଲ୍ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମି ଅଫ୍ ଆଡମିନିଷ୍ଟ୍ରେସନ ତାଙ୍କ ପ୍ରଶୀକ୍ଷଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। 

Ias Officer Puja Khedkar Misuse Of Power
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe