Advertisment

The Kerala Story: ବ୍ୟାନ୍‌ କରିଥିଲେ ମମତା, ଟ୍ୟାକ୍ସ ଫ୍ରି କଲେ ଯୋଗୀ

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
The Kerala Story

The Kerala Story

ବିବାଦୀୟ ଫିଲ୍ମ ‘The Kerala Story’କୁ ନେଇ ଜୋର ଧରିଛି ରାଜନୀତି। କେଉଁ ରାଜ୍ୟ ସରକାର ଏହାକୁ ପ୍ରଶଂସାରେ ପୋତି ପକାଉଛନ୍ତି ତ ଆଉ କେଉଁ ରାଜ୍ୟ ସରକାର ଏହାକୁ ବ୍ୟାନ୍‌ କରି ଦେଇଛନ୍ତି। ଏହି ଫିଲ୍ମକୁ ନେଇ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଏଭଳି ମିଶ୍ର ପ୍ରତିକ୍ରିୟା।

Advertisment

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଭବନରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଫିଲ୍ମ ‍ଦେଖିବେ ବୋଲି ସୂଚନା ମିଳିଛି।

ପୂର୍ବରୁ ମଧ୍ୟପ୍ରଦେଶ ସରକାର ‘The Kerala Story’କୁ ଟ୍ୟାକ୍ସ ଫ୍ରି କରିଥିଲେ। ତା’ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫିଲ୍ମଟିକୁ ପ୍ରଶଂସା କରିଥିଲେ। 

Advertisment

ବିହାରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦାବି କରିଛନ୍ତି। ସେହିପରି ସମସ୍ତ ବିଜେପି ଶାସିତ ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି ଉଠିଛି।

ଅନ୍ୟପକ୍ଷରେ ତାମିଲନାଡ଼ୁର ଫିଲ୍ମଟିକୁ ନ ଚଲାଇ ଦେବାକୁ ନିଷ୍ପତ୍ତି ନେଇଛି ସେଠାକାର ମଲ୍ଟିପ୍ଲେକ୍ସ ଆସୋସିଏସନ। କେରଳ ସରକାର ମଧ୍ୟ ଫିଲ୍ମଟିକୁ ବିରୋଧ କରୁଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ଅଦା ଶର୍ମା ଅଭିନୀତ ‘The Kerala Story’ରେ କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀମାନଙ୍କର ଧର୍ମପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ କରାଯାଉଛି ଓ ପରେ ସେମାନଙ୍କୁ ଆଫଗାନିସ୍ତାନ, ୟେମେନ ଓ ସିରିୟା ଭଳି ଦେଶକୁ ପଠାଯାଇ ଇସଲାମ ପାଇଁ ଲଢ଼ିବାକୁ ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇ ଦିଆଯାଉଛି ବୋଲି ଦେଖାଯାଇଛି।

କେରଳର ଶାସକ ସିପିଆଇ (ଏମ୍) ଓ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୩୨ ହଜାର ମହିଳାଙ୍କ ଧର୍ମ ପରିବର୍ତ୍ତନ କରାଯାଇ ସେମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଇ ଭାରତ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ମୁତୟନ କରାଯାଇଛି ବୋଲି ‘The Kerala Story’ରେ ଯେଉଁ ଦାବି କରାଯାଇଛି, ତାହା ପୂରା ମିଛ।

Uttar Pradesh Yogi Aditya Nath The Kerala Story