Advertisment

ମନ୍ତ୍ରୀଙ୍କୁ ଗିରଫ କଲା ଇଡି, ଡାକ୍ତର କହିଲେ ତୁରନ୍ତ ଅପରେସନ ଦରକାର

ଆଜି ସକାଳେ ତାମିଲନାଡ଼ୁ ରାଜଧାନୀ ଚେନ୍ନାଇ ସରକାରୀ ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଥିବା ହାଇଡ୍ରାମା। ଇଡି ଦ୍ୱାରା ବନ୍ଧା ହୋଇ ମେଡିକାଲ ଚେକଅପ୍‌ ପାଇଁ ଯାଇଥିବା ମନ୍ତ୍ରୀ ସେନଥିଲ ବାଲାଜୀ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ମେଡିକାଲରେ ଆଡମିଟ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Senthil Balaji

Senthil Balaji

ଆଜି ସକାଳେ ତାମିଲନାଡ଼ୁ ରାଜଧାନୀ ଚେନ୍ନାଇ ସରକାରୀ ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଥିବା ହାଇଡ୍ରାମା। ଇଡି ଦ୍ୱାରା ବନ୍ଧା ହୋଇ ମେଡିକାଲ ଚେକଅପ୍‌ ପାଇଁ ଯାଇଥିବା ମନ୍ତ୍ରୀ ସେନଥିଲ ବାଲାଜୀ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ମେଡିକାଲରେ ଆଡମିଟ କରାଯାଇଛି। ତେବେ ବିଭିନ୍ନ ପରୀକ୍ଷା ପରେ ତାଙ୍କ ହାର୍ଟରେ ୩ଟି ବ୍ଲକେଜ ଥିବା ବେଳେ ତୁରନ୍ତ ବାଇପାସ୍‌ ସର୍ଜରୀ କରିବାକୁ କହିଛନ୍ତି ଡାକ୍ତରୀ ଟିମ୍‌।

Advertisment

ଆଜି ସକାଳେ ଇଡି ତାମିଲନାଡ଼ୁର ଶକ୍ତି ମନ୍ତ୍ରୀ ସେନଥିଲ ବାଲାଜୀଙ୍କୁ ମନି ଲଣ୍ଡରିଂ ମାମଲାରେ ବାନ୍ଧିଥିବା ବେଳେ ମେଡିକାଲକୁ ଚେକ୍‌ଅପ୍‌ ପାଇଁ ନେଇଥିଲା। ସେଠାରେ ମେଡିକାଲ ବାହାରେ ବାଲାଜୀଙ୍କ ହଜାର ହଜାର ସମର୍ଥକ ରୁଣ୍ଡ ହୋଇଥିଲେ। ଗାଡ଼ିରେ ଥିବା ବାଲାଜୀ ହଠାତ୍‌ ଛାତିରେ ଯନ୍ତଣା ହେଉଥିବା କହି କାନ୍ଦି କାନ୍ଦି ଗାଡ଼ିରେ ଗଡ଼ି ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରୁ ଟେକିଟେକି ମେଡିକାଲକୁ ନେଇ ଆଡମିଟ କରାଯାଇଥିଲା। ସେଠାରେ ବିଭିନ୍ନ ପରୀକ୍ଷା ପରେ ତାଙ୍କ ହାର୍ଟରେ ବ୍ଲକେଜ ଥିବା କଥା ଜଣାପଡ଼ିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ ହସ୍ପିଟାଲରେ ପହଞ୍ଚି ବାଲାଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

ବିନା କୌଣସି ସମନ ବା ନୋଟିସ୍‌ରେ ପଚରାଉଚରା କରୁ କରୁ ବାଲାଜୀଙ୍କୁ ଗିରଫ କରାଯିବା ଘଟଣାକୁ ବେନିୟମ ବୋଲି କହିଛନ୍ତି ତାଙ୍କ ପତ୍ନୀ। ଏହା ବିରୋଧରେ ସେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ମଧ୍ୟ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି।

Advertisment

ଡିଏମକେ ନେତା ପିକେ ସେକର କହିଛନ୍ତି, ଏବେ ବାଲାଜୀ ଆଇସିୟୁରେ ଥିବା ବେଳେ ତାଙ୍କୁ ଡାକିଲେ ଉତ୍ତର ଦେଉ ନାହାନ୍ତି। ତାଙ୍କ ଅବସ୍ଥା ସ୍ଥିର ରହୁ ନ ଥିବାରୁ ପଚରାଉଚରା ନାଁରେ ପୁଲିସ୍‌ ତାଙ୍କୁ ଅତ୍ୟଧିକ ନିର୍ଯାତନା ଦେଇଥିବା ସେ କହିଛନ୍ତି। 

ସୂଚନାଯୋଗ୍ୟ, କ୍ୟାସ୍‌ ଫର ଜବ୍‌ ସ୍କାମରେ ଗତକାଲି ଇଡି ସେନଥିଲ୍‌ ବାଲାଜୀଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଦୀର୍ଘ ୨୪ ଘଣ୍ଟା କାଳ ଚଢ଼ାଉ ସହ ପଚରାଉଚରା ପରେ ଅଜି ସକାଳେ ବାଲାଜୀଙ୍କୁ ଗିରଫ କରି ଇଡି ଅଧିକାରୀ ଚେନ୍ନାଇ ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା। 

ଏହା ଆଇନ ବିରୋଧୀ ତଥା ବିଜେପି ଜାଣିଶୁଣଇ ରାଜନୈତିକ ଉଦ୍ଦେଶ୍ୟ ରଖି ହଇରାଣ କରୁଥିବା ଡିଏମ୍‌କେ ପକ୍ଷରୁ ଅଭିଯୋଗ ହେଉଛି। 

ED Raid Tamilnadu DMK