Advertisment

ରାତି ଅଧରେ ଗୃହ ମନ୍ତ୍ରୀଙ୍କୁ ଭେଟିଲେ ରେସଲର; ଜାଣନ୍ତୁ, କ’ଣ ହେଲା ଆଲୋଚନା

ଗତ ଶନିବାର ରାତି ପ୍ରାୟ ୧୧ଟାରେ ରେସଲରମାନେ ଅମିତ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ଏହି ରେସଲରଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ପ୍ରମୁଖ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Home Minister & Wrestlers

Home Minister & Wrestlers

Advertisment

ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଗିରଫ ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଭାରତୀୟ କୁସ୍ତି ମହାସଂଘର ରେସଲରମାନେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ମାତ୍ର ଗୃହ ମନ୍ତ୍ରୀଙ୍କ ନିକଟରୁ ରେସଲରମାନେ ଆଶା ଅନୁଯାୟୀ ଆଶ୍ୱାସନା ମିଳି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। 

Advertisment

ଗତ ଶନିବାର ରାତି ପ୍ରାୟ ୧୧ଟାରେ ରେସଲରମାନେ ଅମିତ ଶାହଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଥିଲେ। ଏହି ରେସଲର ଙ୍କ ମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ପ୍ରମୁଖ ଥିବା ଜଣାଯାଇଛି। ଏହି ଆଲୋଚନା ପ୍ରାୟ ୨ ଘଣ୍ଟା ପାଖାପାଖି ଚାଲିଥିବା ବେଳେ ନିଷ୍କର୍ସ କ’ଣ ବାହାରିଛି ତାହା ସ୍ପଷ୍ଟ ହୋଇ ନାହିଁ।

ରେସଲରମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିକଟରେ ବ୍ରିଜ ଭୂଷଣ ଙ୍କ ଗିରଫଦାରୀ ପାଇଁ ଦାବି କରିଥିଲେ। ଗୃହ ମନ୍ତ୍ରୀ ନିରପେକ୍ଷ ଭାବେ ସବୁ ଯାଞ୍ଚ ହେବ ବୋଲି କହିଥିବା ଜଣାଯାଇଛି। ଏହି ମାମଲାରେ ଆଇନ ନିଜ କାମ କରୁଛି। ପୁଲିସ୍‌ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ପୁଲିସ୍‌କୁ ନିଜ କାମ କରିବାକୁ ସମୟ ଦେବା ଉଚିତ ବୋଲି ସେ କହିଥିବା ଜଣାଯାଇଛି।

Advertisment

ରବିବାର ଅଲମ୍ପିଆନ୍‌ ସାକ୍ଷୀ ମଲ୍ଲିକଙ୍କ ମା’ ଗଣମାଧ୍ୟମ ସହ ଆଲୋଚନା କରି ଜୋଶ ପରିବର୍ତ୍ତେ ବୁଦ୍ଧିମତାରେ କାମ କରିବାକୁ ଗୃହ ମନ୍ତ୍ରୀ ପରାମର୍ଶ ଦେଇଥିବା କହିଛନ୍ତି। ଶାହ ଖେଳାଳିମାନଙ୍କୁ ଆନ୍ଦୋଳନ ସମାପ୍ତ କରିବାକୁ କହିବା ସହ ସବୁ କିଛି ଆଇନ ଅନୁଯାୟୀ ହେଉଥିବା ନେଇ ଆଶ୍ୱସନା ଦେଇଛନ୍ତି।

ଏପ୍ରିଲ ୨୮ରେ ବ୍ରିଜ ଭୂଷଣ ଙ୍କ ବିରୋଧରେ ୨ଟି ମାମଲା ରୁଜୁ ହୋଇ ଥିବା ବେଳେ ଏଯାଏ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ରେସଲରମାନେ ଗୃହ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ତେଣୁ ତୁରନ୍ତ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ କରିବାକୁ ସେମାନେ ଦାବି କରିଥିଲେ। ମାତ୍ର ଗୃହ ମନ୍ତ୍ରୀଙ୍କ ନିକଟରୁ ରେସଲରମାନେ ଆଶା ଅନୁଯାୟୀ ପ୍ରତିଶ୍ରୁତି ପାଇ ନ ଥିବା କହିଛନ୍ତି ସାକ୍ଷୀ ମଲ୍ଲିକଙ୍କ ସ୍ୱାମୀ ଗଣମାଧ୍ୟମ ସମ୍ମୁଖରେ ମନ୍ତବ୍ୟ ଦେଇଛନ୍ତି।

ଦୀର୍ଘ ଦିନ ଆନ୍ଦୋଳନ ସତ୍ତ୍ୱେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ରେସଲରମାନେ ନିଜକୁ ଅସହାୟ ମନେ କରି ଗଙ୍ଗା ନଦୀରେ ମେଡାଲ ଭସାଇ ଦେବାକୁ ଧମକ ଦେଇଥିଲେ। ଚାଷୀ ନେତା ନରେଶ ଟିକାୟତ ଓ ଅନ୍ୟମାନଙ୍କ ଅନୁରୋଧକ୍ରମେ ରେସଲରମାନେ ବର୍ତ୍ତମାନ ସମୟରେ ମେଡାଲ ଭସାଇବା ଯୋଜନାକୁ ସାମୟିକ ଭାବେ ବନ୍ଦ କରିଛନ୍ତି।

ଏହାପରେ ଖାପ୍‌ ପଞ୍ଚାୟତ ଓ ବହୁ ଚାଷୀ ସଙ୍ଗଠନ ଦେଶର ଷ୍ଟାର ରେସଲରଙ୍କ ସପକ୍ଷରେ ବାହାରି ସେମାନଙ୍କୁ ନ୍ୟାୟ ନ ମିଳିବା ଯାଏ ଲଢ଼େଇ କରିବେ ଘୋଷଣା କରିଛନ୍ତି। ଏପରି ସମୟରେ ଗୃହ ମନ୍ତ୍ରୀ ରେସଲରମାନଙ୍କୁ ସାକ୍ଷାତ କରିଥିବା ବେଳେ ଆଗାମୀ ଦିନରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

Protest Delhi Amit Shah Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe