Advertisment

‘ରାହୁଲଙ୍କୁ ଭେଟିବାକୁ ହେଲେ ୧୦ କେଜି ଓଜନ କମାଇବାକୁ ପଡ଼ିବ ବୋଲି ମୋତେ କୁହାଯାଇଥିଲା’

ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାକୁ ଯାଇଥିଲେ। ସେଠାରେ ଜୀଶାନ ସିଦ୍ଦିକି ତାଙ୍କୁ ଭେଟିବାକୁ ଚାହିଁଥିଲେ।

ଅଦ୍ୟତନ ହୋଇଛି
Zeeshan Siddique

Zeeshan Siddique

Advertisment

ପନ୍ଦର ଦିନ ତଳେ କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିରେ ମିଶିଥିବା ବାବା ସିଦ୍ଦିକିଙ୍କ ପୁଅ ଜୀଶାନ ସିଦ୍ଦିକି ଗୁରୁବାର (ଗତକାଲି) ଦେଇଥିବା ଏକ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ତାଙ୍କୁ ୧୦ କେଜି ଓଜନ ହ୍ରାସ କରି ଆସିବାକୁ କୁହାଯାଇଥିଲା। ଏ ଘଟଣା ଘଟିଥିଲା ଯେତେବେଳେ ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରା କରିଥିଲେ।

Advertisment

ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାକୁ ଯାଇଥିଲେ। ସେଠାରେ ଜୀଶାନ ସିଦ୍ଦିକି ତାଙ୍କୁ ଭେଟିବାକୁ ଚାହିଁଥିଲେ। ଏଥିପାଇଁ ସେ ଦଳର କିଛି ନେତାଙ୍କୁ କହିଥିଲେ। ହେଲେ ରାହୁଲ ଗାନ୍ଧିଙ୍କର ଘନିଷ୍ଠ ଥିବା ଜଣେ ନେତା ତାଙ୍କୁ ୧୦ କେଜି ଓଜନ ହ୍ରାସ କରି ଆସିଲେ ରାହୁଲଙ୍କ ସହିତ ଭେଟ କରାଇ ଦେବେ ବୋଲି କହିଥିଲେ।

ତେବେ କଂଗ୍ରେସ ବିରୋଧରେ ତାଙ୍କର ଅଭିଯୋଗ ଏତିକିରେ ଅଟକି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସରେ ସଂଖ୍ୟାଲଘୁ ନେତାମାନଙ୍କୁ ଭଲ ବ୍ୟବହାର ଦେଖାଯାଉ ନାହିଁ। ସେମାନେ ପକ୍ଷପାତିତାର ଶିକାର ହେଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ଓ ମୁମ୍ବାଇ ଯୁବ ବଂଗ୍ରେସ ଯେତେ ପରିମାଣରେ ସାଂପ୍ରଦାୟିକତା ରହିଛି, ତାହା ଅନ୍ୟ କୌଣସିଠାରେ ନଥିବ। କଂଗ୍ରେସରେ ଜଣେ ମୁସଲିମ ନେତା ହୋଇ ରହିବା କ’ଣ ପାପ? ମୋତେ କାହିଁକ ଟାର୍ଗେଟ କରାଗଲା, ଦଳକୁ ଏହାର ଜବାବ ଦେବାକୁ ପଡ଼ିବ।

Advertisment

ଜୀଶାନ ସିଦ୍ଦିକି ମୁମ୍ବାଇ ଯୁବ କଂଗ୍ରେସର ସଭାପତି ଥିଲେ। ଗତ ବୁଧବାର ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ତାଙ୍କ ବାପା ଦଳ ଛାଡ଼ିବାର ୧୩ ଦିନ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଜୀଶାନଙ୍କ ବାପା ବାବା ସିଦ୍ଦିକି ପ୍ରାୟ ୫୦ ବର୍ଷ ଧରି କଂଗ୍ରେସରେ ଥିଲେ।

ବାନ୍ଦ୍ରେ ଇଷ୍ଟ୍‌ରୁ ବିଧାୟକ ଥିବା ଜୀଶାନ ସିଦ୍ଦିକି କହିଛନ୍ତି ଯେ ମୁମ୍ବାଇ ଯୁବ କଂଗ୍ରେସର ସଭାପତି ପଦ ପାଇଁ ହୋଇଥିବା ନିର୍ବାଚନରେ ସେ ୯୦ ପ୍ରତିଶତ ଭୋଟ୍ ପାଇଥିଲେ। ତଥାପି ତାଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ ଦଳକୁ ୯ ମାସ ଲାଗି ଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପୂରା ସ୍ୱାଧୀନ ଭାବେ ତାଙ୍କ ଦାୟିତ୍ୱ ନିର୍ବାହ କରିପାରୁ ନାହାନ୍ତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରୁଥିବା ବେଳେ ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ ଭାରତ ଯୋଡ଼ ଯାତ୍ରା କରିଥିଲେ।

Congress Rahul Gandhi Mallikarjun Kharge Baba Siddique
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe