ସରକାରୀ ଗୋଦାମରୁ ୧୦ ହଜାରରୁ ଅଧିକ କ୍ୱିଣ୍ଟାଲ୍‌ ଚାଉଳ ଗାଏବ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସରକାରୀ ଗୋଦାମରୁ ପିଡିଏସ୍‌ ଚାଉଳ ଚୋରି କଲେ ଏଜେଣ୍ଟ। ଧରାପଡ଼ିଯିବା ଭୟରେ ଗୋଦାମରେ ନିଆଁ ଲଗାଇ ଦେଲେ। ହେଲେ ନିଆଁ ଲାଗିବାର କାରଣ ଖୋଜୁ ଖୋଜୁ ଧରା ପଡ଼ିଲା ଚାଉଳ ଚୋରି କଥା। ପୂରା ୧୦ ହଜାର ୩୪୪ କ୍ୱିଣ୍ଟାଲ୍‌ ଚାଉଳ ଗାଏବ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅରିଗାଁଠାରେ ରହିଛି ପିଇଜି ଆରଆରସି ଗୋଦାମ। […]

Binika

  • Published: Friday, 06 January 2023
  • , Updated: 06 January 2023, 10:36 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସରକାରୀ ଗୋଦାମରୁ ପିଡିଏସ୍‌ ଚାଉଳ ଚୋରି କଲେ ଏଜେଣ୍ଟ। ଧରାପଡ଼ିଯିବା ଭୟରେ ଗୋଦାମରେ ନିଆଁ ଲଗାଇ ଦେଲେ। ହେଲେ ନିଆଁ ଲାଗିବାର କାରଣ ଖୋଜୁ ଖୋଜୁ ଧରା ପଡ଼ିଲା ଚାଉଳ ଚୋରି କଥା। ପୂରା ୧୦ ହଜାର ୩୪୪ କ୍ୱିଣ୍ଟାଲ୍‌ ଚାଉଳ ଗାଏବ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅରିଗାଁଠାରେ ରହିଛି ପିଇଜି ଆରଆରସି ଗୋଦାମ। ଏଠାରେ ସରକାରଙ୍କ ପିଡିଏସ୍‌ ଚାଉଳ ଗଚ୍ଛିତ ରହୁଛି। ହେଲେ ଗୋଦାମରୁ ଏଜେଣ୍ଟ ବିମାଲିନି ଭାରତୀ ୧୦ ହଜାର ୩୪୪ କ୍ୱିଣ୍ଟାଲ୍‌ ଚାଉଳ ଗାଏବ କରି ଦେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୩ କୋଟି ୩୨ ଲକ୍ଷ ଟଙ୍କା ହେବ। ଧରାପଡ଼ିଯିବା ଭୟରେ ସେ ଡିସେମ୍ବର ୧୫ ତାରିଖ ରାତିରେ ଗୋଦାମରେ ନିଆଁ ଲଗାଇ ଦେଇଥିଲେ। ହେଲେ ଦୁର୍ଭାଗ୍ୟକୁ ତାଙ୍କର ଏହି ଚାଲ୍ ଫେଲ୍‌ ମାରିଥିଲା। ଗୋଦାମରେ ନିଆଁ ଲାଗିବା କ୍ଷଣି ବିନିକା ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଥିଲେ। ଯେଉଁଥିପାଇଁ ବହୁ କମ୍‌ ପରିମାଣର ଚାଉଳ ପୋଡ଼ିଥିଲା।

ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଗୋଦାମରେ କେମିତି ନିଆଁ ଲାଗିଲା? ଏହାର ତନାଘନା କରିଥିଲା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ବିଭାଗ। ଯାଞ୍ଚ ବେଳେ ଗୋଦାମରୁ ୧୦ ହଜାର ୩୪୪ କ୍ୱିଣ୍ଟାଲ୍‌ ଚାଉଳ ଗାଏବ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଚାଉଳ ଗାଏବ ନେଇ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଗାଏବ ହୋଇଥିବା ଚାଉଳ ଉଦ୍ଧାର ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏହା ପରେ ଯୋଗାଣ ବିଭାଗ ପକ୍ଷରୁ ଗୋଦାମ ଏଜେଣ୍ଟ ବିମାଲିନି ଭାରତୀଙ୍କ ନାଁରେ ବିନିକା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି।

Related story