ଓଡ଼ିଶାରେ ଖୋଲିବ ୧୧ଟି ନୂଆ ସାଇବର ଥାନା, ୨୪୪ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଉ ୧୧ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏସବୁଠାରେ କାର୍ଯ୍ୟ କରିବା ପାଇଁ ୯୦ଜଣ ବିଶେଷଜ୍ଞ ଓ ୧୫୪ଜଣ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ଏହି ଥାନା କାର୍ଯ୍ୟକ୍ଷମ ହେଲେ […]

Cyber-thana

Cyber-thana

Ordigital Desk
  • Published: Tuesday, 14 December 2021
  • Updated: 14 December 2021, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଉ ୧୧ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନୂଆ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏସବୁଠାରେ କାର୍ଯ୍ୟ କରିବା ପାଇଁ ୯୦ଜଣ ବିଶେଷଜ୍ଞ ଓ ୧୫୪ଜଣ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ । ଏହି ଥାନା କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ମୋଟ ସାଇବର ଥାନା ସଂଖ୍ୟା ୧୪ରେ ପହଂଚିବ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷଣୁ ଜାରି ସୂଚନା ଅନୁସାରେ, ସାଇବର ଅପରାଧର ଅନେକ ଘଟଣା ଏବେ ଓଡ଼ିଶାରେ ହେଉଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଜାଲସାଦି ବୃଦ୍ଧି ପାଉଥିବାରୁ ଏଭଳି ଅପରାଧର ଶିକାର ହେଉଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ଏହି ୧୧ଟି ସ୍ୱତନ୍ତ୍ର ଥାନା କାର୍ଯ୍ୟ କରିବ।

ଏବେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଆର୍ଥିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ୱାରା ଏହି ଥାନା ସଂଖ୍ୟା ୧୪କୁ ବୃଦ୍ଧି ପାଇବ । ଯେଉଁ ସବୁ ସ୍ଥାନରେ ଏହି ସାଇବର ଓ ଆର୍ଥିକ ଥାନା କାର୍ଯ୍ୟକ୍ଷମ ହେବ ସେଗୁଡ଼ିକ ହେଲା- କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭବାନୀପାଟଣା, ବଲାଙ୍ଗିର ଓ କନ୍ଧମାଳ ।

ଏହାସହିତ ଏହି ଥାନାଗୁଡ଼ିକରେ ନିଯୁକ୍ତି ନିମନ୍ତେ ପୁଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି ହୋଇଛି । ଏଥିରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବଇନ୍ସପେକ୍ଟର, ୨୮ଟି ଏଏସଆଇ, ୨୮ଟି କନେଷ୍ଟବଳ(ଯୋଗାଯୋଗ), ୫୬ଟି କନେଷ୍ଟବଳ ପଦବୀ ସାମିଲ ଅଛି । ଏମାନଙ୍କ ବ୍ୟତୀତ ୯୦ଜଣ ସାଇବର ଫୋରେନ୍ସିକ ବିଶେଷଜ୍ଞ, ଆଇଟି ବିଶେଷଜ୍ଞ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ ଆନାଲିସିଷ୍ଟଙ୍କୁ ମଧ୍ୟ ଏହି ଥାନାଗୁଡ଼ିକରେ ନିୟୋଜିତ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story