ଶିଳ୍ପର ସ୍ୱପ୍ନ ଦେଖାଇ ଠକିଦେଲେ: ଜମି ନେବାର ୮ ବର୍ଷ ପରେ ବି ମିଳିନି କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପର ବିକାଶ ହେବ। ସରକାରଙ୍କ ଏଭଳି ଯୋଜନାକୁ ସମର୍ଥନ କରି ଜମି ଦେଇଥିବା ଚାଷୀ ଏବେ ସର୍ବହରା ହୋଇଛନ୍ତି। ୨୦୧୧ ମସିହାରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଉନ୍ନୟନ ସଂସ୍ଥା (ଇଡ୍‌କୋ) ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ମୁଖୁରା, ନୂଆପାଢି ଓ ନରସିଂହପୁର ପଞ୍ଚାୟତର ୧୧୦୦ ଏକର ଘରୋଇ ଜମିକୁ ଅଧିଗ୍ରହଣ କରିଥିଲା। ଏହି ୩ଟି ପଞ୍ଚାୟତର ୭୦୦ରୁ ଅଧିକ ଲୋକେ ସରକାରଙ୍କ ଶିଳ୍ପର ବିକାଶ ପାଇଁ ସହମତି ପ୍ରକାଶ […]

1100-farmers-who-handed-over-their-land-to-idco-for-industrial-park-yet-to-get-compensation-even-after-8-years

Manoranjan Sial
  • Published: Wednesday, 23 January 2019
  • , Updated: 23 January 2019, 09:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପର ବିକାଶ ହେବ। ସରକାରଙ୍କ ଏଭଳି ଯୋଜନାକୁ ସମର୍ଥନ କରି ଜମି ଦେଇଥିବା ଚାଷୀ ଏବେ ସର୍ବହରା ହୋଇଛନ୍ତି। ୨୦୧୧ ମସିହାରେ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଉନ୍ନୟନ ସଂସ୍ଥା (ଇଡ୍‌କୋ) ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ମୁଖୁରା, ନୂଆପାଢି ଓ ନରସିଂହପୁର ପଞ୍ଚାୟତର ୧୧୦୦ ଏକର ଘରୋଇ ଜମିକୁ ଅଧିଗ୍ରହଣ କରିଥିଲା।

ଏହି ୩ଟି ପଞ୍ଚାୟତର ୭୦୦ରୁ ଅଧିକ ଲୋକେ ସରକାରଙ୍କ ଶିଳ୍ପର ବିକାଶ ପାଇଁ ସହମତି ପ୍ରକାଶ କରି ଜମି ଛାଡ଼ିଥିଲେ। ଏହାପରେ ଇଡ୍‌କୋ ଜମି ଉପରେ ନୋଟିସ୍ ଲଗାଇଥିଲା। ଫଳରେ ଜମି ହରାଇଥିବା ଲୋକଙ୍କୁ ଟଙ୍କା ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା। କିନ୍ତୁ ଏହାରି ଭିତରେ ୮ ବର୍ଷ ବିତିଗଲାଣି। ହେଲେ ଜମି ହରାଇଥିବା ଲୋକେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନଥିବା ଅଭିଯୋଗ ହୋଇଛି। ଏପରିକି ଲୋକେ ଜମି ମଧ୍ୟ ବିକ୍ରି କରିପାରୁ ନାହାନ୍ତି। ବାରମ୍ବାର ଇଡ୍‌କୋ, ଶିଳ୍ପ ବିଭାଗ ଓ ରାଜସ୍ୱ ବିଭାଗର ଦ୍ୱାରସ୍ଥ ହୋଇ ନିରାଶ ହେଲେଣି। ସେପଟେ ୮ବର୍ଷ ହେଲା କ୍ଷତିପୂରଣ ନମିଳିବା ଘଟଣାକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ବିଜେପି ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାର।

୨୦୧୭ରେ ବାଲେଶ୍ୱର ଗସ୍ତ ବେଳେ କ୍ଷତିଗ୍ରସ୍ତ ଜମିହରାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଗୁହାରି ଜଣାଇଥିଲେ। ତୁରନ୍ତ ଜମିର କ୍ଷତିପୂରଣ ପାଇବା ନେଇ ପ୍ରତିଶ୍ରୁତି ମଧ୍ୟ ପାଇଥିଲେ। କିନ୍ତୁ ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ କରିଛନ୍ତି ଜମିହରା।

ସେପଟେ ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ କହିଛନ୍ତି ନୂଆ ଜମି ଅଧିଗ୍ରହଣ ଆଇନ୍‌ ଲାଗୁ ହେବାପରେ ଜମିର ମୂଲ୍ୟ ବଢ଼ିଯାଇଛି। ତେଣୁ ଚାଷୀଙ୍କୁ ନୂଆ ଆଇନ ଅନୁଯାୟୀ କ୍ଷତିପୂରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେଥିପାଇଁ ବିଳମ୍ବ ହେଉଥିବା ସେ କହିଛନ୍ତି।

Related story