Advertisment

ରାଜ୍ୟରେ ୧୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୮୮୯ଟି ହେଉଛି ଲୋକାଲ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ ଅଛନ୍ତି। ଏହା ପଛକୁ ଯଥାକ୍ରମେ କଟକ (୯୪୪), ଅନୁଗୋଳ (୮୬୪), ସୁନ୍ଦରଗଡ଼ (୭୦୮), ମୟୂରଭଞ୍ଜ (୬୩୫) ଓ ବାଲେଶ୍ୱର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରାଜ୍ୟରେ ପୁଣି ୬ ହଜାର ଡେଇଁଲା ଦୈନିକ ସଂକ୍ରମଣ

Corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୨୧୯ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୮୮୯ଟି ହେଉଛି ଲୋକାଲ କେସ୍‌। ସେହିପରି ରାଜ୍ୟରେ କରୋନାରେ ଆଉ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମଧ୍ୟରେ ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ ଅଛନ୍ତି। ଏହା ପଛକୁ ଯଥାକ୍ରମେ କଟକ(୯୪୪), ଅନୁଗୋଳ (୮୬୪), ସୁନ୍ଦରଗଡ଼(୭୦୮), ମୟୂରଭଞ୍ଜ(୬୩୫) ଓ ବାଲେଶ୍ୱରଜିଲ୍ଲା (୫୦୯) ରହିଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୩୩୯ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୪୮୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪ ଓ ସୋନପୁରରୁ ୧୮୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୫୪ ଜଣ ଚିହ୍ନଟ ହୋଇଛନ୍ତି।

Advertisment

୧୧,୧୦୮ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୯ ହଜାର ୫୩୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୭ ହଜାର ୩୮୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ଲକ୍ଷେ ୯ ହଜାର ୬୩୯ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୨୬ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି।

Corona Cases In Odisha