୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର): ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟିର  ଆହ୍ୱାନ କ୍ରମେ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି  ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି କମିଟି ସଦସ୍ୟମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ  ଗାଡ଼ି ଚଳାଚଳ ବନ୍ଦ ରହିଛି।