ଅଚାନକ ଡାକିଲେ କ୍ୟାବିନେଟ, ଦେଲେ ୧୨ ପ୍ରସ୍ତାବକୁ ମଞ୍ଜୁରୀ: ମନ୍ତ୍ରୀମାନେ ବି ତାଜୁବ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଅଚାନକ କ୍ୟାବିନେଟ ବୈଠକ ଡାକି ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ୧୨ଟି ପ୍ରସ୍ତାବ ମଧ୍ୟରେ ସରକାରୀ ଚାକିରି ପାଇଁ ୩ବର୍ଷ ପର୍ଯ୍ୟନ୍ତ ବୟସସୀମା ସର୍ବାଧିକ ୩୨ବର୍ଷ ପରିବର୍ତ୍ତେ ୩୮ବର୍ଷ ବୃଦ୍ଧି, ୫ଟି ମେଗା ପାଇପ୍ ଜଳ ଯୋଗାଣ ଯୋଜନା, ଜଟଣୀସ୍ଥିତ ଆଇଆଇଟିକୁ ୬୧୮ ଏକର ଜମି, ଏନଆଇଏଫଟିକୁ ଅଧିକ ୨ଏକର ଜମି, ୨୦୦୪ ମସିହା ଗ୍ରାଣ୍ଟ-ଇନ-ଏଡରୁ ବାଦ୍ ପଡ଼ିଥିବା ବେସରକାରୀ କଲେଜଗୁଡ଼ିକୁ ଅନୁଦାନ, ୪୦ ପ୍ରତିଶତ ଅବକାରୀ ଡିଏସପି […]

lokseva bhawan

lokseva bhawan

Ordigital Desk
  • Published: Monday, 10 January 2022
  • Updated: 10 January 2022, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଅଚାନକ କ୍ୟାବିନେଟ ବୈଠକ ଡାକି ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହି ୧୨ଟି ପ୍ରସ୍ତାବ ମଧ୍ୟରେ ସରକାରୀ ଚାକିରି ପାଇଁ ୩ବର୍ଷ ପର୍ଯ୍ୟନ୍ତ ବୟସସୀମା ସର୍ବାଧିକ ୩୨ବର୍ଷ ପରିବର୍ତ୍ତେ ୩୮ବର୍ଷ ବୃଦ୍ଧି, ୫ଟି ମେଗା ପାଇପ୍ ଜଳ ଯୋଗାଣ ଯୋଜନା, ଜଟଣୀସ୍ଥିତ ଆଇଆଇଟିକୁ ୬୧୮ ଏକର ଜମି, ଏନଆଇଏଫଟିକୁ ଅଧିକ ୨ଏକର ଜମି, ୨୦୦୪ ମସିହା ଗ୍ରାଣ୍ଟ-ଇନ-ଏଡରୁ ବାଦ୍ ପଡ଼ିଥିବା ବେସରକାରୀ କଲେଜଗୁଡ଼ିକୁ ଅନୁଦାନ, ୪୦ ପ୍ରତିଶତ ଅବକାରୀ ଡିଏସପି ପଦବୀକୁ ସିଧାସଳଖ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପୂରଣ ଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏସବୁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଯେଉଁ ଢଙ୍ଗରେ ଅନୁମୋଦନ କରିଛନ୍ତି ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟ କ୍ୟାବିନେଟ ବୈଠକ ବସିବା ନେଇ କୌଣସି ଖୋଜଖବର ନଥିଲା । କିନ୍ତୁ ଅଚାନକ ୬ଟାବେଳେ ମନ୍ତ୍ରୀମାନଙ୍କୁ ଟେଲିଫୋନ୍ ମାଧ୍ୟମରେ ସନ୍ଧ୍ୟା ସାଢ଼େ ୭ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ସୂଚନା ଦିଆଗଲା । ଯେଉଁ ମନ୍ତ୍ରୀମାନେ ଭୁବନେଶ୍ୱରରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ତୃତୀୟ ମହଲାର କନଫରେନ୍ସିଂ ହଲ୍ ଓ ଅନ୍ୟମାନଙ୍କୁ ଯେଉଁ ଜିଲ୍ଲାରେ ଥିବେ ସେଠାର ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅଚାନକ କାହିଁକି କ୍ୟାବିନେଟ ବୈଠକ ଡକାଗଲା ତାକୁ ନେଇ ପ୍ରଶ୍ନ କରିବାର ସାମର୍ଥ୍ୟ ହରାଇ ବସିଥିବା ବର୍ତ୍ତମାନର ମନ୍ତ୍ରୀମାନେ ବିନା ଏଜେଣ୍ଡାରେ ବୈଠକରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ କ୍ୟାବିନେଟ ବୈଠକ ବସି ଏସବୁ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । ତେବେ ଏହି ବୈଠକ ଏତେ ଜରୁରୀ ଢଙ୍ଗରେ ଡାକିବାର ଅର୍ଥ କ’ଣ ଥିଲା ତାହା ଅଧିକାଂଶ ମନ୍ତ୍ରୀ ବି ବୁଝିପାରିନଥିଲେ । କିଛି ମନ୍ତ୍ରୀ ତ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସରକାରଙ୍କ ଏଭଳି ଆଭିମୁଖ୍ୟରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିବାକୁ ପଛାଇ ନାହାନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ କ୍ୟାବିନେଟ ବୈଠକକୁ ରାଜ୍ୟ ସରକାର ଏଭଳି ଶସ୍ତା ଓ ମନମୁଖୀ କରିବାର କାରଣ କ’ଣ? ମନ୍ତ୍ରୀମାନଙ୍କ ବିନା ଜାଣତରେ ଓ ପୂର୍ବ ପ୍ରସ୍ତୁତି ନଥାଇ ସେମାନେ ବାଧ୍ୟ ଶିଶୁ ଭଳି ବୈଠକରେ ସାମିଲ ହେଉଛନ୍ତି ଓ ବୈଠକରେ ନିଜର ସମ୍ମତି ଜଣାଇ ଫେରୁଛନ୍ତି । ରାଜ୍ୟ ସରକାର ଯେଭଳି ଢଙ୍ଗରେ ଏବେ କ୍ୟାବିନେଟ ବୈଠକ ଡାକୁଛନ୍ତି ଓ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ନଦେଇ ବୈଠକରେ ନିଷ୍ପତ୍ତି ଶୁଣାଉଛନ୍ତି ତାହା ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ମନ୍ତ୍ରୀମାନଙ୍କୁ ବୈଠକ ପୂର୍ବରୁ ଏଜେଣ୍ଡା ଦିଆ ନଯିବା ଓ ବୈଠକ ସମ୍ପର୍କରେ ଅଚାନକ ସୂଚନା ଦିଆଯିବା ନିଶ୍ଚିତ ଭାବେ ମନ୍ତ୍ରୀମାନଙ୍କ ଉପରେ ପ୍ରଶାସନିକ କଳର ହାକିମାତିକୁ ପ୍ରମାଣିତ କରାଉଛି ବୋଲି ପାୱାର କରିଡରରେ ଚର୍ଚ୍ଚା ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story