Advertisment

କାମ ଦେଲାନି ଗ୍ଲାମର! ଫେଲ୍‌ ମାରିଲେ ଏୟାର ହଷ୍ଟେସ୍‌

ରାଇରଙ୍ଗପୁର (ରାଜେଶ ଶର୍ମା): କାମ ଦେଲାନି ଗ୍ଲାମର! ପଞ୍ଚାୟତ ନିର୍ବାଚନରେ ହାରିଗଲେ ଏୟାର ହଷ୍ଟେସ୍‌। ବିଜେପିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି। ପ୍ରକାଶ ପାଇଥିବା ଫଳାଫଳରେ ସେ ତୃତୀୟ ସ୍ଥାନରେ ଅଛନ୍ତି। ସେଠାରେ ବିଜେଡି ପ୍ରାର୍ଥୀ ବିଜୟ ବାନା ଉଡାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବଡ଼ାମକୁରାଡି ଗାଁର ଅବସରପ୍ରାପ୍ତ ଶିକ୍ଷକଙ୍କ ଝିଅ ବିଜୟଲକ୍ଷ୍ମୀ ମହାନ୍ତ। ସେ ଏୟାର ହଷ୍ଟେସ୍‌ରେ ଡିପ୍ଲୋମା କରିଥିଲେ। ୨୦୧୩ ମସିହାରେ ସେ ଇଣ୍ଡିଗୋ ବିମାନରେ ଏୟାର […]

author-image
Manoranjan Sial
ଅଦ୍ୟତନ ହୋଇଛି
କାମ ଦେଲାନି ଗ୍ଲାମର! ଫେଲ୍‌ ମାରିଲେ ଏୟାର ହଷ୍ଟେସ୍‌

Bijay Lakshmi

ରାଇରଙ୍ଗପୁର (ରାଜେଶ ଶର୍ମା): କାମ ଦେଲାନି ଗ୍ଲାମର! ପଞ୍ଚାୟତ ନିର୍ବାଚନରେ ହାରିଗଲେ ଏୟାର ହଷ୍ଟେସ୍‌। ବିଜେପିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଛନ୍ତି। ପ୍ରକାଶ ପାଇଥିବା ଫଳାଫଳରେ ସେ ତୃତୀୟ ସ୍ଥାନରେ ଅଛନ୍ତି। ସେଠାରେ ବିଜେଡି ପ୍ରାର୍ଥୀ ବିଜୟ ବାନା ଉଡାଇଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବଡ଼ାମକୁରାଡି ଗାଁର ଅବସରପ୍ରାପ୍ତ ଶିକ୍ଷକଙ୍କ ଝିଅ ବିଜୟଲକ୍ଷ୍ମୀ ମହାନ୍ତ। ସେ ଏୟାର ହଷ୍ଟେସ୍‌ରେ ଡିପ୍ଲୋମା କରିଥିଲେ। ୨୦୧୩ ମସିହାରେ ସେ ଇଣ୍ଡିଗୋ ବିମାନରେ ଏୟାର ହଷ୍ଟେସ୍‌ ଭାବେ ଚାକିରି କରୁଥିଲେ। ତେବେ ମହାମାରୀ କରୋନା ବେଳେ ବିମାନ ସେବା ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ସେ ଘରକୁ ପଳାଇ ଆସିଥିଲେ।

ଘରେ କିଛି ଦିନ ରହିବା ପରେ ବିଜୟଲକ୍ଷ୍ମୀ ବିଜେପିରେ ଯୋଗଦେଇଥିଲେ। ଗାଁ ପାଇଁ କିଛି କରିବା ଲକ୍ଷ୍ୟରେ ବିଜାତଳା ବ୍ଲକର ୩୧ ନମ୍ୱର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ପାଖକୁ ଯାଇଥିଲେ। ହେଲେ ଲୋକମାନେ ତାଙ୍କୁ ଗ୍ରହଣ କଲେନାହିଁ। ସେ ୩୯୭୬ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

Advertisment

ସେପଟେ ମଡେଲିଂରେ ରାଜନୀତିକୁ ଆସିଥିବା ବିୟୁଟି ପ୍ରିୟଙ୍କା ନନ୍ଦ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଭାଗ୍ୟ ପରୀକ୍ଷା ଦେଇ ଫେଲ୍‌ ହୋଇଛନ୍ତି।ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସେ ଲୋକଙ୍କ ମନ କିଣିବାରେ ଫେଲ୍‌ ମାରିଛନ୍ତି। ୫୮୪ ଖଣ୍ଡ ଭୋଟ୍‌ ପାଇ ସେ ତୃତୀୟ ସ୍ଥାନରେ ଅଛନ୍ତି।

Odisha Panchayat Election 2022