କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଶିଶୁ ମୃତ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା […]

Hospital

Hospital

Jitendra Garnayak
  • Published: Sunday, 18 September 2022
  • Updated: 18 September 2022, 05:25 PM IST

Sports

Latest News

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଡିଏମ୍‌ଓ କିଶୋର ପୃଷ୍ଟି ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନାରେ ୧୨୨ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେବା ପରେ ଡାକ୍ତର ପୃଷ୍ଟି ପ୍ରତିକ୍ରିୟା ଦେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହା ସହିତ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ତେବେ ଏହା ପଛରେ ଡାକ୍ତରଙ୍କ ଅବହେଳା ଅଭିଯୋଗକୁ ସେ ସ୍ୱୀକାର କରି ନାହାନ୍ତି। ଏନେଇ ତଦନ୍ତ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ଅଭିଭାବକ ଓ ସଂପର୍କୀୟ। ପ୍ରିୟଙ୍କ ମୁଦୁଲି ନାମକ ଜଣେ ମହିଳା କହିଛନ୍ତି, ମୋ ପୁତୁରାକୁ ଗୁରୁତର ଅବସ୍ଥାରେ ଗତକାଲି ରାତି ୯ଟାରେ ଏଠାରେ ଆଡ୍‌ମିଟ୍ କରାଯାଇଥିଲା। ତାକୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ରାତି ସାରା ତା’ ଅବସ୍ଥା କେମିତି ଥିଲା, ସେ ନେଇ କିଛି ସୂଚନା ଦେଇ ନଥିଲେ ସେଠାରେ ମୁତୟନ ହୋଇଥିବା ମେଡିକାଲ କର୍ମଚାରୀ। ଆମେ ଛୁଆକୁ ଆଡ୍‌ମିଟ୍ କଲା ପରଠୁ ଡାକ୍ତର ନଥିଲେ। ଆଜି ଦିନ ୧୨ଟା ବେଳେ ଡାକ୍ତର ଆସିଲେ। ତା’ ପରେ କହିଲେ ତୁମ ଛୁଆ ଆଉ ନାହିଁ। ଯଦି ଆମ ଛୁଆର ଅବସ୍ଥା ସଙ୍କଟାପନ୍ନ ଥିଲା ଓ ଆପଣଙ୍କ ପାଖରେ ବ୍ୟବସ୍ଥା ନଥିଲା, ତା’ହେଲେ କାହିଁକି ତାକୁ କଟକ ରେଫର କଲେ ନାହିଁ। ଆମେ ତାକୁ କଟକ ନେଇ ଯାଇଥା’ନ୍ତୁ। ଡାକ୍ତରଙ୍କ ଅବହେଳା ଯୋଗୁ ଆମ ଛୁଆର ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ପହଞ୍ଚିଛନ୍ତି। ଏହା ସହିତ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଗତ ୨୪ ଘଣ୍ଟାରେ ଯେଉଁମାନଙ୍କ ଶିଶୁଙ୍କ ମୃତ୍ୟୁ ଘଟିଛି ଅତିରିକ୍ତ ଏସ୍‌ପି ଓ ଉପଜିଲ୍ଲାପାଳ ସେମାନଙ୍କ ସହିତ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ କାହିଁକି ଏତେ ସଂଖ୍ୟକ ପିଲାଙ୍କର ଗତ ୧୮ ଦିନରେ ମୃତ୍ୟୁ ଘଟିଛି, ସେନେଇ ଗଣମାଧ୍ୟମ ସମ୍ମୁଖରେ କିଛି ନିର୍ଦ୍ଦିଷ୍ଟ କାରଣ କହିନାହାନ୍ତି ଏଡିଏମ୍‌ଓ କିଶୋର ପୃଷ୍ଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story