ରାଉରକେଲା ସହର ଓ ୪ ଜିଲ୍ଲା ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ‘କରୋନା’ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ସମଗ୍ର ରାଉରକେଲା ମ୍ୟୁନିସପାଲଟି ଓ ଅନ୍ୟ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ପାଇଁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ। ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି ଲକଡାଉନ୍ କଟକଣାରୁ ବାଦ୍ […]

lockdown-4.0

lockdown-4.0

Manoranjan Sial
  • Published: Thursday, 16 July 2020
  • Updated: 16 July 2020, 09:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ‘କରୋନା’ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ସମଗ୍ର ରାଉରକେଲା ମ୍ୟୁନିସପାଲଟି ଓ ଅନ୍ୟ ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ପାଇଁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ। ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି ଲକଡାଉନ୍ କଟକଣାରୁ ବାଦ୍ ଦିଆଯାଇଛି। ଏହି ଅବଧିରେ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଓ ପ୍ରତିଷ୍ଠାନ ସମେତ ଲୋକଙ୍କ ଯାତାୟତ ବନ୍ଦ ରହିବ।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ଯେତିକି ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ସଂକ୍ରମିତ ମାମଲା ରାଉରକେଲା ମ୍ୟୁନିସପାଲଟି ସମେତ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଚିହ୍ନଟ ହେଉଥିବାରୁ ଏସବୁ ଅଂଚଳରେ ସରକାର କେତେକ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ। ଏହି ୪ଟି ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ।

ଏହି ୧୪ ଦିନ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ ଜିଲ୍ଲାର ଲୋକମାନେ ପ୍ରବେଶ କରିବେ ନାହିଁ । ସେଥିପାଇଁ ଆସନ୍ତାକାଲି ଏକ ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ। ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବା ଯୋଗାଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ୍ , ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା,ଇ-କମର୍ସ, ହୋମ୍ ଡେଲିଭରି, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି। ଆଇଟି, ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ରହିବ।

ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ। ହୋମ୍ ଡେଲିଭରି ସେବା ଜାରି ରହିବ। ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ସମସ୍ତ ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧି, ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ପାଇଁ ଲକଡାଉନ୍ ଅବଧିରେ ଅନୁମତି ମିଳିବ। କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ମିଳିବ।

ସେହିପରି ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ପାଇଁ ସାର୍ବଜନୀନ ପରିବହନ, ଘରୋଇ ଗାଡ଼ି ଓ ଟ୍ୟାକ୍ସକୁ ଅନୁମତି ମିଳିବ। ରାଜପଥରେ ମାଲବାହୀ ଗାଡ଼ି ଯାତାୟତ କରିପାରିବେ। ଓଲା ଓ ଉବେର ଭଳି ଗାଡ଼ି ମଧ୍ୟ ଚଳପ୍ରଚଳ କରିପାରିବେ। ଏସବୁ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ। ଏହି ଅବଧି ମଧ୍ୟରେ ଲୋକଙ୍କ ଯାତାୟତ ଉପରେ କଟକଣା ରହିବା

ସମସ୍ତେ ଏହି ଲକଡାଉନ୍ ନିୟମକୁ ପାଳନ କରିବେ। ଯଦି କେହି ଏହାକୁ ଉଲ୍ଳଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସତର୍କ କରାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮୬୭ଜଣ, ଖୋର୍ଦ୍ଧା ଜିଲ୍ଲାରେ ୧୫୯୪ଜଣ, କଟକରେ ୧୧୧୪ଜଣ, ଯାଜପୁରରେ ୯୩୪ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ୭୫୦ଜଣ(୯୦% ରାଉରକେଲା ସହରର) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୩ ଲକ୍ଷ ୬୧ହଜାର ୯୨୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଛି। ଏବେସୁଦ୍ଧା ୧୫,୩୯୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ୪୦୧ଜଣ ବ୍ୟକ୍ତିଙ୍କ ସମେତ ମୋଟ ୧୦,୮୭୭ ଜଣ ରୋଗୀ ଡାକ୍ତରଖାନାରୁ ଫେରିଛନ୍ତି। ୭୯ଜଣ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୪୪୧୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story