Advertisment

ଧାମନଗର ଏନ୍‌ଏସିରେ ୧୪୪ ଧାରା ଜାରି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳ(ଏନ୍‌ଏସି)ରେ ଜାରି ହେଲା ୧୪୪ ଧାରା। ଆଜି ରାତି ୯ଟା ୩୦ରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। ୧୪୪ ଧାରା ଜାରି ନେଇ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟ ଭିତରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହୋଇପାରିବେ ନାହିଁ। ଧାମନଗର ଏନ୍‌ଏସି ୯ ନମ୍ୱର ୱାର୍ଡର ୧୬ ନମ୍ୱର […]

ଧାମନଗର ଏନ୍‌ଏସିରେ ୧୪୪ ଧାରା ଜାରି

NAC

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଞ୍ଚଳ(ଏନ୍‌ଏସି)ରେ ଜାରି ହେଲା ୧୪୪ ଧାରା। ଆଜି ରାତି ୯ଟା ୩୦ରୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। ୧୪୪ ଧାରା ଜାରି ନେଇ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟ ଭିତରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହୋଇପାରିବେ ନାହିଁ।

Advertisment

ଧାମନଗର ଏନ୍‌ଏସି ୯ ନମ୍ୱର ୱାର୍ଡର ୧୬ ନମ୍ୱର ବୁଥ୍‌ ଆଗରେ ରମେଶ ଲେଙ୍କାଙ୍କୁ ଆକ୍ରମଣ ହୋଇଥିଲା। ସେ ଭୋଟ୍‌ ଦେବାକୁ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ପରେ ଆକ୍ରମଣକାରୀ ସେଠାରୁ ଚମ୍ପଟ ମାରିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ଉକ୍ତ ବୁଥ୍‌ରେ ମନଦାନକୁ ବନ୍ଦ ରଖାଯାଇଥିଲା।

ଛୁରାମାଡ଼ ପରେ ଉତ୍ତ୍ୟକ୍ତ ଲୋକେ ଧାମନଗର ବଜାର ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଯାହାଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ଆକ୍ରମଣକାରୀ ଯୁବକକୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସତ୍ତ୍ୱେ ଉତ୍ତେଜନା ଥମି ନଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜିଲ୍ଲା ପ୍ରଶାସନ ଧାମନଗର ଏନ୍‌ଏସି ଅଞ୍ଚଳରେ ୧୪୪ ଧାରା ଜାରି କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏନ୍‌ଏସି ଅଞ୍ଚଳରେ  ୮ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ସ୍ଥିତି ଉପରେ ଆଇଜି ଓ ଭଦ୍ରକ ଏସ୍‌ପି ତୀକ୍ଷିଣ ନଜର ରଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe