ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପିପିଲି ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମୋଟ ୧୨ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ତେବେ ପିପିଲି ଉପ ନିର୍ବାଚନ ପାଇଁ ମୋଟ ୧୫ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ମୋଟ ୨୯ସେଟ ନାମାଙ୍କନପତ୍ର ଦାଖଲ ହୋଇଛି । ଆଜି ଏହା ଯାଞ୍ଚ ହେବ।
ଆସନ୍ତା ୩ ଓ ୪ ତାରିଖ ଦୁଇ ଦିନ ନାମାଙ୍କନପତ୍ର ପ୍ରତ୍ୟାହାର ଦିବସ ରହିଛି। ଅସନ୍ତା ୧୭ରେ ପିପିଲି ଉପ ନିର୍ବାଚନ ହେବ। ସେହିପରି ଅସନ୍ତା ୧ ଓ ୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ। ସେହିପରି ଦିତୀୟ ପଯର୍ୟାୟରେ ୧୦ ଓ ୧୧ ତାରିଖରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ।
ତା’ସହ ଆସନ୍ତା ୧ ଓ ୨ ତାରିଖରେ ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଉକ୍ତ ଆସନରୁ ଅସନ୍ତା ୧୭ରେ ଉପନିର୍ବାଚନ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।