Advertisment

ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ଆବେଦନ ସରିଲା, କେତେ ପିଲା ଦେବେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଶେଷ ତାରିଖ ସୁଦ୍ଧା ମୋଟ୍‌ ୧୫୧୫୫ ପିଲା ଆବେଦନ କରିଛନ୍ତି। ସେଥିରୁ ୬୫୯୬ ଜଣ ରେଗୁଲାର ପିଲା ଆବେଦନ କରିଥିବା ବେଳେ ୮୪୯୩ ଜଣ ରାଜ୍ୟ ଓପନ ସ୍କୁଲ ଲାଗି ପିଲା ଅଛନ୍ତି। ସେହିପରି ୬୬ ଜଣ ମଧ୍ୟମା ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି। କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ […]

author-image
Manoranjan Sial
ଅଦ୍ୟତନ ହୋଇଛି
ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ସ୍ଥଗିତ

MATRIC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ଦେବା ପାଇଁ ଆବେଦନ ତାରିଖ ଶେଷ ହୋଇଛି। ଶେଷ ତାରିଖ ସୁଦ୍ଧା ମୋଟ୍‌ ୧୫୧୫୫ ପିଲା ଆବେଦନ କରିଛନ୍ତି। ସେଥିରୁ ୬୫୯୬ ଜଣ ରେଗୁଲାର ପିଲା ଆବେଦନ କରିଥିବା ବେଳେ ୮୪୯୩ ଜଣ ରାଜ୍ୟ ଓପନ ସ୍କୁଲ ଲାଗି ପିଲା ଅଛନ୍ତି। ସେହିପରି ୬୬ ଜଣ ମଧ୍ୟମା ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି ବୋଲି ଜଣାପଡ଼ିଛି।

Advertisment

କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।

ତେବେ ପ୍ରକାଶ ପାଇଥିବା ପରୀକ୍ଷାଫଳରେ କେତେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ପାଇଁ ବିକଳ୍ପ ଭାବେ ଅଫ୍‌ ଲାଇନ୍‌ ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜୁଲାଇ ୩୦ ତାରିଖରୁ ଅଫ୍‌ଲାଇନ୍‌ ପରୀକ୍ଷା ହେବ।

Advertisment
Odisha 10th Board Exam Matric Exam