ପାଣି ପିଉ ପିଉ ବୁଲାଇଲା ମୁଣ୍ଡ, ୧୮ ଛାତ୍ର ମେଡିକାଲରେ ଭର୍ତ୍ତି

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା କମଙ୍ଗା କଲେଜ ହଷ୍ଟେଲରେ ଅପମିଶ୍ରିତ ପାଣି ପିଇ ୧୮ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଛାତ୍ରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ଷ ବର୍ଷ ଧରି ପିଲାମାନେ ହଷ୍ଟେଲରେ ରହୁଥିବା ବେଳେ କେବେ ଏପରି ପରିସ୍ଥିତି ସୃଷ୍ଟି ହୋଇନି। ହେଲେ ହଠାତ୍‌ ଏକ ସଙ୍ଗେ ଏକାଧୀକ ଛାତ୍ର ଅସୁସ୍ଥ ହୋଇ ପଡ଼ିବା ପଛରେ […]

student

Niharika Rout
  • Published: Thursday, 09 December 2021
  • , Updated: 09 December 2021, 10:03 AM IST

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା କମଙ୍ଗା କଲେଜ ହଷ୍ଟେଲରେ ଅପମିଶ୍ରିତ ପାଣି ପିଇ ୧୮ ଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଛାତ୍ରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ବର୍ଷ ବର୍ଷ ଧରି ପିଲାମାନେ ହଷ୍ଟେଲରେ ରହୁଥିବା ବେଳେ କେବେ ଏପରି ପରିସ୍ଥିତି ସୃଷ୍ଟି ହୋଇନି। ହେଲେ ହଠାତ୍‌ ଏକ ସଙ୍ଗେ ଏକାଧୀକ ଛାତ୍ର ଅସୁସ୍ଥ ହୋଇ ପଡ଼ିବା ପଛରେ କିଛି ଷଡଯନ୍ତ୍ର ଥିବା ସେମାନେ ସନ୍ଦେହ କରୁଛନ୍ତି। ଏଥିପାଇଁ ସେମାନେ ଉକ୍ତ ହଷ୍ଟେଲରେ ରହୁଥିବା ଜଣେ ପିଲାକୁ ଦାୟୀ କରିଛନ୍ତି। ଏନେଇ ସେମାନେ ଅଭିଭାବକ ତଥା ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଅବଗତ କରାଇଛନ୍ତି।

ଏପରିକି ପିଲାଟି କିଛି ଦିନ ପୂର୍ବେ ଘରକୁ ଯିବାକୁ ଛୁଟି ମାଗୁଥିବା ବେଳେ ତାକୁ ଛୁଟି ମିଳୁ ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପିଲାଟି ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ସେମାନେ ଖୁଲମଖୁଲା କହୁଛନ୍ତି। ପ୍ରତିଶୋଧ ପରାୟଣ ହୋଇ ଗତକାଲି ରାତ୍ରି ସମୟରେ ଉକ୍ତ ପିଲା କିଛି ବୋତଲରେ ଅପମିଶ୍ରିତ ଜିନିଷ ମିଶାଇଥିବା ଅସୁସ୍ଥ ହୋଇପଡ଼ିଥିବା ଛାତ୍ର କହିଛନ୍ତି।

ଉକ୍ତ ପାଣି ପିଇବା ପରେ ସେମାନେ ଅସୁସ୍ଥତା ଅନୁଭବ କରିଥିଲେ। ଏପରିକି ସମସ୍ତ ଛାତ୍ରଙ୍କ ମୁଣ୍ଡ ବୁଲେଇବା ସହ ବାନ୍ତି ହୋଇଥିଲା । ଏହାପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ସୁସ୍ଥ ଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ଅଭିଭାବକମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଏପରି କାଣ୍ଡ ଘଟାଇଥିବା ଛାତ୍ରକୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି ହୋଇଛି।  ଏନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି  ଦାୟିତ୍ୱରେ ଥିବା ଶିକ୍ଷକ କହିଛନ୍ତି।

Related story