ସ୍କୁଲ ବସ୍‌କୁ ୨.୩୩ ଲକ୍ଷ ଫାଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ ।  ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏହି ବସ୍‌ ଉପରେ ଏହି ଫାଇନ୍‌ ପକାଇଥିଲା। ତା’ସହିତ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା ଓ ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ […]

school  bus

school bus

Niharika Rout
  • Published: Thursday, 21 April 2022
  • Updated: 21 April 2022, 02:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ ।  ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏହି ବସ୍‌ ଉପରେ ଏହି ଫାଇନ୍‌ ପକାଇଥିଲା। ତା'ସହିତ ବସ୍‌ଟିକୁ ଜବତ କରାଯାଇଛି।

ବସ୍‌ ପରମିଟ୍, ବୀମା ଓ ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ ପକାଯାଇଛି ।

ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍‌ ଯାଞ୍ଚ ଆରମ୍ଭ କରାଯାଇଛି। ପ୍ରଥମ ଦିନ ଚଢ଼ାଉ ସମୟରେ ହିଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସ୍‌ ଉପରେ ୪ ଲକ୍ଷ ଟଙ୍କା ଫାଇନ୍‌ ପକାଇଥିଲା ପରିବହନ ବିଭାଗ।  ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ।

ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟାତକୁ ସରକାର ଗୁରୁତ୍ୱ  ଦେଉଥିବା ବେଳେ  ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନକୁ କଡ଼ାକଡ଼ି କରାଯାଇଛି ।  ଏହି ସମୟରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos