ପ୍ରମୋଦିନୀଙ୍କ ମାମଲାରେ ଆସିଲା ରାୟ; ୨ ଦୋଷୀଙ୍କୁ ୧୪ ବର୍ଷ ସଜା

ଜଗତସିଂହପୁର(ଶଶାଙ୍କ ଶେଖର ଦାସ): ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ  ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ଜଗତସିଂହପୁର ASJ ମହିଳା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ  ଉଭୟଙ୍କୁ ୧୪ ବର୍ଷ ଲେଖାଏ ସଜା ଶୁଣାଇଛନ୍ତି । ହେଲେ କୋର୍ଟଙ୍କ ରାୟରେ ପ୍ରମୋଦିନୀ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା କହିଛନ୍ତି। ଏନେଇ  ପ୍ରମୋଦିନୀ କହିଛନ୍ତି, […]

pramodini

Niharika Rout
  • Published: Monday, 09 May 2022
  • , Updated: 09 May 2022, 06:09 PM IST

ଜଗତସିଂହପୁର(ଶଶାଙ୍କ ଶେଖର ଦାସ): ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ  ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ଜଗତସିଂହପୁର ASJ ମହିଳା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ  ଉଭୟଙ୍କୁ ୧୪ ବର୍ଷ ଲେଖାଏ ସଜା ଶୁଣାଇଛନ୍ତି । ହେଲେ କୋର୍ଟଙ୍କ ରାୟରେ ପ୍ରମୋଦିନୀ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା କହିଛନ୍ତି।

ଏନେଇ  ପ୍ରମୋଦିନୀ କହିଛନ୍ତି, ୧୩ ବର୍ଷର ସଂଘର୍ଷ ବହୁତ ଯନ୍ତ୍ରଣାଦାୟକ ଥିଲା। ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଇଛି।  ଜୀବନ ସାରା ଏହା ରହିବ । କୋର୍ଟଙ୍କ ରାୟ ଆଜି ପ୍ରକାଶ ପାଇଛି।  କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି, କିନ୍ତୁ ଏଥିରେ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରୁନି । ଏଭଳି ଲୋକ ସାରା ଜୀବନ ଜେଲ୍‌ରେ ରହିବା ଆବଶ୍ୟକ । ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଉଛି । ମୋ ସହ ମୋ ପରିବାର ବି ଏହା ଭୋଗିଛି। ଜୀବନ ସାରା ମୁଁ ଶାରୀରିକ ଓ ମାନସିକ ଭାବେ ଏହି ଯନ୍ତ୍ରଣାକୁ ଭୋଗିବି। ତେଣୁ ତାକୁ ବି ସେମିତି ସଜା ମିଳିବା ଉଚିତ। ତାକୁ ଆହୁରି କଠୋର ସଜା ହେଉ, ସେ ଆଜୀବନ ଜେଲ୍‌ରେ ରହୁ । ଏହି ଲଢେଇକୁ ନେଇ ମୁଁ ଉପର କୋର୍ଟକୁ ବି ଯିବି ।

[caption id="attachment_733237" align="aligncenter" width="650"] ସ୍ୱାମୀ ଓ ମା’ଙ୍କ ସହ ପ୍ରମୋଦିନୀ ।[/caption]

୨୦୦୯ ମସିହାରେ ର୍ତିତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢ଼ୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା । ତାଙ୍କ ଆଖି ଦୁଇଟି ନଷ୍ଟ ହୋଇ ଯାଇଥିଲା । ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ । ଦୀର୍ଘ ୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ସେ ଚାଲିବାକୁ ସକ୍ଷମ ହୋଇଥିଲେ ।

୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓ ରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି ।

ନିଜ ଜୀବନର ସଂଘର୍ଷ ସମୟରେ ପ୍ରମୋଦିନୀଙ୍କର ୨୦୧୬ ମସିହାରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସରୋଜ, ପ୍ରମୋଦିନୀଙ୍କର ଚିକିତ୍ସାରେ ସହଯୋଗ କରିବା ସହ ତାଙ୍କର ସେବାଯତ୍ନ ମଧ୍ୟ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ୨୦୧୮ ମସିହାରେ ଲକ୍ଷ୍ନୌର ଶିରୋଜ କାଫେରେ ଏକ ସମାରୋହରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ଏହାପରେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ଗତ ବର୍ଷ ମାର୍ଚ୍ଚ ୩୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ହେଲେ ଏବେ କୋର୍ଟଙ୍କ ରାୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ପାରି ନ ଥିବା ପ୍ରମୋଦିନୀ ଆଗକୁ ବି ଏହି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି।

Related story