ରାଜଧାନୀରେ ଯୁବକଙ୍କୁ ହତ୍ୟା ଘଟଣା: ଲେଡି ଡ୍ରଗ୍ସ ମାଫିଆ ସମେତ ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ପି. ସୁବ୍ରତ ରାଓ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା।  ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୁଲିସ୍‌। ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ଗତ ୯ […]

Arrest

  • Published: Wednesday, 14 September 2022
  • , Updated: 14 September 2022, 12:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ପି. ସୁବ୍ରତ ରାଓ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା।  ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୁଲିସ୍‌।

ୟୁନିଟ୍-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ଗତ ୯ ତାରିଖ ରାତିରେ ୟୁନିଟ୍-୮ର ନାରାୟଣୀ ବସ୍ତି ଅଞ୍ଚଳକୁ ଯାଇଥିଲେ। ସେଠାରେ  ନିଶା ବେପାରୀଙ୍କ ସହ କଥା କଟାକଟି ହେବାରୁ ସେମାନେ ଚନ୍ଦୁଙ୍କୁ   ସଂଘବଦ୍ଧ ଭାବେ  ପିଟିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଚନ୍ଦୁଙ୍କୁ ପରିବାର ଲୋକେ ଉଦ୍ଧାର କରି  କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲ ।

ରଞ୍ଜୁ ଓ କାହ୍ନା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ରଞ୍ଜୁ ଜଣେ ପେସାଦାର ଲେଡି ନିଶା ମାଫିଆ। ପୂର୍ବରୁ ସେ ୨ ଥର ଜେଲ୍‌ ଯାଇ ଆସିଥିଲେ।  ଆଜି ପୁଲିସ୍‌ ଉଭୟଙ୍କୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡ ପଛର କାହାଣୀର ପର୍ଦ୍ଦାଫାସ ହୋଇପାରିବ ବୋଲି ଅନୁମାନ କରାଯାଉଛି।

ଚନ୍ଦୁଙ୍କ ଭଉଣୀ  କରିଥିବା ଅଭିଯୋଗ ଅନୁସାରେ, ବସ୍ତି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିଲା। ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ  ରହି ଫେରିଥିବା ଚନ୍ଦୁ ଏହାକୁ ବିରୋଧ କରି ଆସୁଥିଲେ। ଫଳରେ ନିଶା ବେପାରୀମାନେ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଥିଲେ । ଶେଷରେ ସେହିମାନେ ମୋ’  ଭାଇଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ ଚନ୍ଦୁଙ୍କ ଭଉଣୀ । ଅପରପକ୍ଷେ,  ନିଶା କାରବାରକୁ ନେଇ ପୁଲିସକୁ ଖବର ଦେବାରୁ ରାଗ ରଖି ନିଶା ବେପାରୀମାନେ ମୋ ଭାଇକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ଚନ୍ଦୁଙ୍କ ଭାଇ।

ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କିଏ, ରଞ୍ଜୁ ଓ କାହ୍ନାଙ୍କୁ ବାଦ ଦେଲେ ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍‌।

Related story