ବସ୍‌ ଚାଳକଙ୍କୁ ଛୁଇଁ ପାରିଲାନି ଲୋଭ, ଫେରାଇ ଦେଲେ ୧୧ ପେଟି ସ୍ମାର୍ଟ ଫୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଶାରେ ଡ୍ରାଇଭର। ବସ୍ ଚଲାଇଲେ ଦିନକୁ ପାଆନ୍ତି ୬ ଶହ ଟଙ୍କା । ଆର୍ଥିକ ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ। ତଥାପି ଛୁଇଁ ପାରିନି ଲୋଭ। ରାସ୍ତା କଡ଼ରୁ ୧୦ ଲକ୍ଷ ଟଙ୍କାର ପେଟି ପେଟି ସ୍ମାର୍ଟ ଫୋନ ଏବଂ ମୋବାଇଲ ଆସୋସରିଜ ପାଇଥିଲେ ମଧ୍ୟ ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଦୁଇ ବସ୍ ଡ୍ରାଇଭର । ଗତ ୨୧ ତାରିଖରେ ଏକ୍ସପ୍ରେସ କୋରିୟର ନାମକ ଏକ ସଂସ୍ଥା ବଲାଙ୍ଗୀରର […]

smart-phone

Niharika Rout
  • Published: Tuesday, 25 January 2022
  • , Updated: 25 January 2022, 09:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପେଶାରେ ଡ୍ରାଇଭର। ବସ୍ ଚଲାଇଲେ ଦିନକୁ ପାଆନ୍ତି ୬ ଶହ ଟଙ୍କା । ଆର୍ଥିକ ଅବସ୍ଥା ସେପରି ସ୍ୱଚ୍ଛଳ ନୁହେଁ। ତଥାପି ଛୁଇଁ ପାରିନି ଲୋଭ। ରାସ୍ତା କଡ଼ରୁ ୧୦ ଲକ୍ଷ ଟଙ୍କାର ପେଟି ପେଟି ସ୍ମାର୍ଟ ଫୋନ ଏବଂ ମୋବାଇଲ ଆସୋସରିଜ ପାଇଥିଲେ ମଧ୍ୟ ତାହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଦୁଇ ବସ୍ ଡ୍ରାଇଭର ।

ଗତ ୨୧ ତାରିଖରେ ଏକ୍ସପ୍ରେସ କୋରିୟର ନାମକ ଏକ ସଂସ୍ଥା ବଲାଙ୍ଗୀରର ଏକ ଡିଷ୍ଟ୍ରିବ୍ୟୁଟର ପାଖକୁ ବସ୍ ଯୋଗେ ୧୧ଟି କାର୍ଟୁନ ବା ପେଟି ମୋବାଇଲ ପଠାଇଥିଲେ । ହେଲେ ଏହି ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ଖସି ପଡ଼ିଥିଲା ।

[caption id="attachment_708937" align="aligncenter" width="650"] ୨ ଚାଳକ ପ୍ରକୃତ ମାଲିକଙ୍କୁ ସ୍ମାର୍ଟ ଫୋନ ଫେରାଇ ଦେଉଛନ୍ତି।[/caption]

ତେବେ ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍‌ର ଦୁଇ ଜଣ ଚାଳକ କାର୍ତ୍ତିକ ବରାଡ଼ ଏବଂ ପ୍ରୀତିରଂଜନ ପ୍ରଧାନ ରାସ୍ତାରେ ପେଟି ପଡ଼ିଥିବା ଦେଖି ତାହାକୁ  ଉଠାଇଥିଲେ । ତେବେ ପେଟି ଖୋଲି ଦେଖିଲା ବେଳକୁ ସେଥିରେ ସିଲ୍ ଖୋଲା ହୋଇନଥିବା ବ୍ରାଣ୍ଡେଡ଼ ମୋବାଇଲ ଥିବା ଦେଖିବାକୁ ପାଇଥିଲେ । ଉଭୟ ଚାଳକ କାର୍ତ୍ତିକ ଏବଂ ପ୍ରୀତିରଂଜନ ଘଟଣା ସମ୍ପର୍କରେ ବସ୍ ମାଲିକଙ୍କୁ କହିଥିଲେ । ବସ୍ ମାଲିକ ସମ୍ପୃକ୍ତ କୋରିୟର ସଂସ୍ଥାର କର୍ମକର୍ତ୍ତାଙ୍କ ସହ କଥା ହୋଇ  ସେହି ୧୦ଲକ୍ଷ ଟଙ୍କାର ସ୍ମାର୍ଟ ଫୋନ ଏବଂ ବିଭିନ୍ନ ଜିନିଷ ଫେରାଇ ଦେଇଛନ୍ତି ।

ଉଭୟ ବସ୍‌ ଚାଳକଙ୍କ ଏପରି ମନୋବୃତ୍ତି ଓ ପଦକ୍ଷେପ ଯୋଗୁ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

https://youtu.be/U3XDX6jzOiQ

 

Related story